ଜନ ସେବା କେନ୍ଦ୍ରରେ ଟିକେଟ୍ ବୁକିଂ

ନୂଆଦିଲ୍ଲୀ : ଜୁନ ୧ରୁ ଦେଶରେ ୨୦୦ଟି ବିନା ଏସି ଟ୍ରେନ ଚଳାଚଳ ହେବ ।

ରେଳମନ୍ତ୍ରୀ ପୀୟୁଷ ଗୋୟଲ ଗୁରୁବାର ଦିନ ଘୋଷଣା କରିକହିଛନ୍ତି ଯେ ଭାରତକୁ ସ୍ୱାଭାବିକ ଅବସ୍ଥାକୁ ଆଣିବାର ସମୟ ଆସିଛି। ଆମେ ଖୁବ୍ ଶୀଘ୍ର ଅଧିକ ଟ୍ରେନ୍ ଚଳାଚଳ ଆରମ୍ଭ କରିବୁ । ଭାରତୀୟ ରେଳବାଇ ଅଫଲାଇନରେ ଟିକେଟ ବୁକିଂ ଆରମ୍ଭ କରିବାକୁ ଯାଉଛି । ୨୨ମଇ ଠାରୁ ଏହି ସୁବିଧା ପ୍ରାୟ ୧.୭ ଲକ୍ଷ ସାଧାରଣ ସେବା କେନ୍ଦ୍ର (ସିଏସସି)ରେ ଉପଲବ୍ଧ ହେବ ।

ଷ୍ଟେସନଗୁଡିକର ଟିକେଟ୍ କାଉଣ୍ଟରରେ ଦୁଇରୁ ତିନି ଦିନ ମଧ୍ୟରେ ଟିକେଟ୍ ବୁକିଂ ଆରମ୍ଭ ହେବ । ବର୍ତ୍ତମାନ ଯାତ୍ରୀ ମାନେ ରେଳ ଷ୍ଟେସନର ଟିକେଟ୍ କାଉଣ୍ଟରରେ ଟିକେଟ୍ ପାଇନାହାଁନ୍ତି । ଆମେ ଏ ଦିଗରେ ଅନୁଧ୍ୟାନ କରୁଛୁ ଏବଂ ନିର୍ଦ୍ଦେଶାବଳୀ ପ୍ରସ୍ତୁତ ହେଉଛି । ସାଧାରଣ ସେବା କେନ୍ଦ୍ରଗୁଡ଼ିକ ହେଉଛି ଗ୍ରାମାଞ୍ଚଳ ଏବଂ ସୁଦୂର ସ୍ଥାନରେ ସରକାରଙ୍କ ଇ-ସେବା ଯୋଗାଉଥିବା କେନ୍ଦ୍ର।

ଆଜିଠାରୁ ଟ୍ରେନ୍ ଟିକେଟ୍ ବୁକିଂ ଆରମ୍ଭ ହୋଇ ପ୍ରଥମ ୭୩ଟି ସ୍ୱତନ୍ତ୍ର ଟ୍ରେନ୍ ପାଇଁ ୧,୪୯,୦୨୫ ଟିକେଟ୍ ବୁକିଂଦୁଇ ଘଣ୍ଟା ମଧ୍ୟରେ କରାଯାଇଥିଲା।

Leave A Reply

Your email address will not be published.

thirteen + 10 =