ନୂଆଦିଲ୍ଲୀ: ଆସନ୍ତା ୧ ତାରିଖରୁ ରେଳବାଇ ଆରମ୍ଭ କରିବ ଯାତ୍ରୀବାହୀ ଟ୍ରେନ୍ ସେବା । ପ୍ରଥମ ପର୍ଯ୍ୟାୟରେ ବଛାବଛା ରୁଟ ଟ୍ରାକରେ ଗଡ଼ିବ ୨୦୦ ଟ୍ରେନ୍ । ସବୁ ଟ୍ରେନ୍ ଅଣ ଶୀତତାପ ନିୟନ୍ତ୍ରିତ ହେବ ଏବଂ ଖୁବ୍ ଶୀଘ୍ର ଏଥିପାଇଁ ଟିକେଟ୍ ବୁକିଂ ଆରମ୍ଭ କରାଯିବ । ତେବେ କେଉଁକେଉଁ ରେଳପଥରେ ଗାଡ଼ି ଚଳାଚଳ କରିବ ତାହା ଏଯାଏ ସ୍ପଷ୍ଟ ହୋଇନାହିଁ । ଏହି ଟ୍ରେନରେ ଯାତାୟତ ନିମନ୍ତେ ରେଳବାଇ କିଛି ସର୍ତ ରଖିଛି । ଟିକେଟ୍ ସବୁ ଅନ୍ ଲାଇନ୍ କରାଯିବ ଏବଂ ବିନା ଟିକେଟରେ ରେଳ ଷ୍ଟେସନ ମଧ୍ୟକୁ ପ୍ରବେଶ କରି ହେବ ନାହିଁ । ଏହି ଟ୍ରେନ୍ ପାଇଁ ଓ୍ଵେଟିଂ ଲିଷ୍ଟ ଟିକେଟ୍ ମଧ୍ୟ ମିଳିପାରେ, ମାତ୍ର ତତ୍କାଳ କିମ୍ବା ପ୍ରିମିୟର ତତ୍କାଳ ପରି ବ୍ୟବସ୍ଥା ହେବ ନାହିଁ। ଏହି ଟ୍ରେନ୍ର ବୁକିଂ ଆଇଆରସିଟିସିର ଓ୍ଵେବ୍ସାଇଟ୍ ଜରିଆରେ ହେବ। ବୁକିଂ କେଉଁ ଦିନ ଆରମ୍ଭ ହେବ ଏହାର ଶୀଘ୍ର ଘୋଷଣା କରାଯିବ ବୋଲି ଶ୍ରୀ ଗୋଏଲ କହିଛନ୍ତି ।