ନୂଆଦିଲ୍ଲୀ: ପାଞ୍ଚ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଜୁଲାଇ ମାସରେ ସର୍ବନିମ୍ନ ବର୍ଷା ରେକର୍ଡ ହୋଇଛି । ସାଧାରଣତଃ ଜୁନ୍ ରୁ ସେପ୍ଟେମ୍ବର ମାସ ମଧ୍ୟରେ ଜୁଲାଇରେ ସବୁଠାରୁ ଅଧିକ ବର୍ଷା ହୋଇଥାଏ । କିନ୍ତୁ ଚଳିତ ବର୍ଷର କମ୍ ବର୍ଷା ଯୋଗୁୁଁ ଖରିଫ ଫସଲକୁ ନେଇ ଏବେ ଚିନ୍ତା ବଢିଛି । ବିଶେଷକରି ମଧ୍ୟପ୍ରଦେଶ, ଗୁୁଜୁରାଟ ଏବଂ ଓଡିଶା ପାଇଁ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି ହୋଇଛି ।
ଯଦି ଅଗଷ୍ଟ ମାସରେ ୯୭ ପ୍ରତିଶତ କମ୍ ବର୍ଷା ହୁଏ, ତେବେ ଏହାର ସିଧାସଳଖ ପ୍ରଭାବ ତୈଳ ଏବଂ ଡାଲି ଜାତୀୟ ଫସଲ ଉପରେ ପଡିଥାଏ । ଜୁଲାଇ ମାସରେ ଦେଶରେ ହାରାହାରି ୨୮୫.୩ ମିଲିମିଟର ବର୍ଷା ସହିତ ୯୦ ପ୍ରତିଶତ ଏଲପିଏ ବର୍ଷା ହୋଇଥିବା ବେଳେ ଭାରତୀୟ ପାଣିପାଗ ବିଭାଗ ୧୦୩ ପ୍ରତିଶତ ଏଲପିଏ ଆକଳନ କରିଛି ।
ଦକ୍ଷିଣ ରାଜ୍ୟ ବ୍ୟତୀତ ଦେଶର ଅନ୍ୟ ସମସ୍ତ ଅଞ୍ଚଳରେ ଜୁନ୍ ତୁଳନାରେ ଜୁଲାଇରେ କମ୍ ବର୍ଷା ହୋଇଛି । ଫାଇନାନ୍ସିଆଲ୍ ଏକ୍ସପ୍ରେସର ଏକ ରିପୋର୍ଟ ଅନୁଯାୟୀ ଜଣେ ସରକାରୀ ଅଧିକାରୀ କହିଛନ୍ତି ଯେ, ଅଗଷ୍ଟ ମାସ ଗୁରୁତ୍ୱପୂର୍ଣ୍ଣ । କାରଣ ଶୁକ୍ରବାର ପ୍ରକାଶିତ ବିବରଣୀରେ ଆଇଏମଡି ଅଗଷ୍ଟ ମାସର ପୂର୍ବାନୁମାନକୁ ପରିବର୍ତନ କରିନାହିଁ । ଉଭୟ ଅଗଷ୍ଟ ଏବଂ ସେପ୍ଟେମ୍ବର ମାସ ପାଇଁ ମୌସୁମୀ ଏଲପିଏ ୧୦୪ ଆକଳନ କରାଯାଇଛି ।
ସରକାରୀ ତଥ୍ୟ ଅନୁଯାୟୀ, ଜୁନ୍ ରୁ ଜୁଲାଇ ମଧ୍ୟରେ ମୌସୁମୀ ସ୍ୱାଭାବିକ ଥିଲା । ଜୁନ୍ ମାସରେ ଏଲପିଏ ୧୧୮ ପ୍ରତିଶତ ବର୍ଷା ରେକର୍ଡ ହୋଇଥିଲା । ମୌସୁମୀ ଶୀଘ୍ର ପହଞ୍ଚିବା ଏବଂ ଜୁନ୍ ମାସରେ ସାଧାରଣ ବର୍ଷା ଠାରୁ ୧୮ ପ୍ରତିଶତ ଅଧିକ ହେବା, ଚଳିତ ବର୍ଷ ଖରିଫ୍ ଚାଷ ବହୁତ ଭଲ ଥିଲା । କିନ୍ତୁ ଜୁଲାଇ ମାସର କମ୍ ଖରିଫ୍ ଚାଷ ପାଇଁ ସମସ୍ୟା ସୃଷ୍ଟି କରିଛି ।