ଜେଇଇ ମେନ ଆବେଦନ ଅବଧି ବଢ଼ିଲା

ନୂଆଦିଲ୍ଲୀ: କରୋନା ମହାମାରୀ ସ୍ଥିତିକୁ ଦୃଷ୍ଟିରେ ରଖି ଜେଇଇ ମେନ୍ର ଆବେଦନ ଅବଧିକୁ ବୃଦ୍ଧି କରାଯାଇଛି । ମେ’ ୧୯ ଅର୍ଥାତ ଆଜିଠାରୁ ୨୪ ତାରିଖ ଯାଏ ଛାତ୍ରଛାତ୍ରୀମାନେ ଅନଲାଇନରେ ଜେଇଇ ମେନ୍ ୨୦୨୦ ଲାଗି ନୂତନ ଭାବେ ଆବେଦନ କରିପାରିବେ ।ଏ ନେଇ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ୱେସାଇଟ: ଜେଇଇ ମେନ୍ ଡଟ୍ ଏନଟିଏ ଡଟ୍ ଏନଆଇସି ଡଟ୍ ଇନ୍ ଜରିଆରେ ଆବେଦନ କରାଯାଇପାରିବ । ଆବେଦନର ଶେଷ ତାରିଖ ୨୪ ସନ୍ଧ୍ୟା ୫ଟା ଏବଂ ସେହିଦିନ ୧୧ଟା ୫୦ ମଧ୍ୟରେ ଫି’ ଦାଖଲ କରିବା ଲାଗି ଶେଷ ସମୟ ଧାର୍ଯ୍ୟ କରାଯାଇଛି । ବିଦେଶରେ ଶିକ୍ଷା ଲାଭ ପାଇଁ ଯୋଜନା କରିଥିବା ବହୁ ଛାତ୍ରଛାତ୍ରୀ ପରିବର୍ତିତ ପରିସ୍ଥିତିରେ ଦେଶ ଭିତରେ ଅଧ୍ୟୟନ ପାଇଁ ·ହୁଁଥିବା ଏବଂ ଜେଇଇ ମେନ୍ ପରୀକ୍ଷା ଦେବାକୁ ଆଗ୍ରହୀ ଥିବାରୁ ଏନଟିଏ ସମସ୍ତଙ୍କୁ ଆଉ ଗୋଟିଏ ଗୋଟିଏ ସୁଯୋଗ ଦେବାକୁ ନିଷ୍ପତି ନେଇଛି । ପୂର୍ବରୁ ଜେଇଇ ମେନ୍ ପାଇଁ ଆବେଦନ ପ୍ରକି୍ରୟା ଶେଷ କରିନଥିଲେ ସେମାନଙ୍କ ପାଇଁ ଏହା ଏକ ସୁଯୋଗ ହୋଇପାରିବ ବୋଲି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.

three + eleven =