ଝାଡଖଣ୍ଡ ରାଜ୍ୟପାଳଙ୍କୁ କରୋନା

ରାଞ୍ଚି: ଶନିବାର ଦିନ ଝାଡଖଣ୍ଡର ରାଜ୍ୟପାଳ ଦ୍ରୌପଦୀ ମୁର୍ମୁଙ୍କୁ କରୋନା ପଜିଟିଭ୍ ହୋଇଥିବା କଥା ରାଜଭବନରେ ଜଣେ ଡାକ୍ତର କହିଛନ୍ତି ।
ସେ କହିଛନ୍ତି ଆର୍‌ଟି-ପିସିଆର୍ ପରୀକ୍ଷା ବେଳେ ନମୁନା ପଜିଟିଭ୍ ଆସିବା ପରେ ରାଜ୍ୟପାହଳ କୋଭିଡ-୧୯ ସଂକ୍ରମିତ ହୋଇଥିବା ଜଣାପଡିଥିଲା । ତାଙ୍କୁ ରାଞ୍ଚିର ଭଗବାନ ମହାବୀର ମେଡିକାଲ୍ ସୁପରସ୍ପେସାଲିଟି ହସ୍ପିଟାଲ’ରେ ଭର୍ତି କରାଯାଇଛି । ଡାକ୍ତର ବିଜୟ ମିଶ୍ରଙ୍କ ତତ୍ୱାବଧାନରେ ତାଙ୍କର ଚିକିତ୍ସା ଚାଲିଛି । ରାଜ୍ୟପାଳଙ୍କ ସ୍ୱାସ୍ଥ୍ୟବସ୍ଥା ପାଇଁ ଉଦ୍‌ବିଗ୍ନ ହେବାର କୌଣସି କଥା ନାହିଁ । ସେ ଭଲ ଅଛନ୍ତି ଏବଂ ତାଙ୍କ ଶରୀରରେ ସାମାନ୍ୟ କୋଭିଡ-୧୯ର ସଂକ୍ରମଣ ହୋଇଛି । ଦୁଇଦିନ ପାଇଁ ତାଙ୍କୁ ଡାକ୍ତରୀ ତତ୍ୱାବଧାନରେ ରଖାଯିବ ବୋଲି ହସ୍ପିଟାଲର ଜଣେ ମେଡିକାଲ୍ ପ୍ରାକ୍ଟିସନ୍‌ର କହିଛନ୍ତି । ଦୁଇଦିନ ପାଇଁ ତାଙ୍କୁ ଡାକ୍ତରୀ ତତ୍ୱାବଧାନରେ ରଖାଯିବ ବୋଲି ହସ୍ପିଟାଲରେ ଜଣେ ମେଡିକାଲ୍ ପ୍ରାକ୍ଟିସନ୍‌ର କହିଛନ୍ତି ।

Leave A Reply

Your email address will not be published.

1 × 1 =