ଟିକା ୨୦୨୧ ଜୁଲାଇ ସୁଦ୍ଧା ୨୫ କୋଟି ଲୋକଙ୍କୁ ଦିଆଯିବ: ହର୍ଷବର୍ଦ୍ଧନ

ନୂଆଦିଲ୍ଲୀ: ଦେଶର ୧୩୦ କୋଟି ଜନସଂଖ୍ୟା ମଧ୍ୟରୁ ପ୍ରାୟ ୨୫ କୋଟି ଲୋକଙ୍କୁ ଜୁଲାଇ ୨୦୨୧ ଦୁଦ୍ଧା ସରକାର କୋଭିଡ ଟିକା ଦେବାପାଇଁ ଯୋଜନା କରୁଛନ୍ତି । ସରକାର ଏଥିପାଇଁ ୪୦୦ରୁ ୫୦୦ ନିୟୁତ ଟିକା ଡୋଜ୍ ଗ୍ରହଣ କରିବେ ଏବଂ ଏହାର ସମାନ ବଂଟନ ସୁନିଶ୍ଚିତ କରାଇବେ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ କହିଛନ୍ତି । କେଉଁମାନଙ୍କୁ ପ୍ରଥମେ ଟିକା ମିଳିବ ତା’ର ଏକ ବିସ୍ତୃତ ବିବରଣୀ ପଠାଇବା ପାଇଁ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଂଚଳମାନଙ୍କୁ ନିଦେ୍ର୍ଧଶ ଘରୋଇ କର୍ମଚାରୀ ଅକ୍ଟୋବର ଶେଷ ସୁଦ୍ଧା ପ୍ରଥମେ ଟିକା ପାଇବେ । କେନ୍ଦ୍ରୟ ସ୍ତରରେ ଟିକା କ୍ରୟ କରାଯାଉଛି ଏବଂ ପ୍ରତି କାର୍ଯ୍ୟକୁ ସଠିକ୍ ସମୟରେ ଟ୍ରାକ୍ କରାଯିବ । ତେବେ ସ୍ୱାସ୍ଥ୍ୟକର୍ମୀ ଏବଂ ବୟସ୍କଙ୍କୁ ପ୍ରଥମେ ପ୍ରାଧାନ୍ୟ ଦିଆଯିବ ବୋଲି ହର୍ଷବର୍ଦ୍ଧନ ଚତୁର୍ଥ ସଂସ୍କରଣରେ କହିଛନ୍ତି । ସରକାର ଭାରତ ଟିକା ପ୍ରସ୍ତୁତକର୍ତାଙ୍କୁ ପୂର୍ଣ୍ଣ ସମର୍ଥନ ପ୍ରଦାନ କରୁଛନ୍ତି ଏବଂ ଟିକାର ସମନ ବଂଟନ ପାଇଁ ସମସ୍ତ ପଦକ୍ଷେପ ନେବାପାଇଁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ସେ କହିଛନ୍ତି । ଟିକାର ଯେଭଳି ସଠିକ୍ ବଂଟନ ହୋଇପାରିବ ଏବଂ ସମସ୍ତ କାର୍ଯ୍ୟ ସଠିକ ପରିଚାଳନା ପାଇଁ ସରକାର ଏକ ଉଚ୍ଚସ୍ତରୀୟ କମିଟି ଗଠନ ବୋଲି ହର୍ଷବର୍ଦ୍ଧନ କହିଛନ୍ତି ।

Leave A Reply

Your email address will not be published.

1 × four =