ଟିକ-ଟକ କିଣିବ ମାଇକ୍ରୋସଫ୍ଟ


ନୁଆଦିଲ୍ଲୀ- ସେପ୍ଟମ୍ବର ୧୫ ସୁଦ୍ଧା ମାଇକ୍ରୋସଫ୍ଟ ଟିକ ଟକ କିଣିବ ବୋଲି ମାଇକ୍ରୋସଫ୍ଟ ପକ୍ଷରୁ କୁହାଯାଇଛି । ଯଦି ମାଇକ୍ରୋସଫ୍ଟ ଟିକ-ଟକକୁ କିଣିବାରେ ସଫଳ ହୁଏ ତେବେ ଆମେରିକା, କାନାଡା, ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲ୍ୟାଣ୍ଡ ଏହାକୁ ବ୍ୟବହାର କରିପାରିବେ । ମାଇକ୍ରୋସଫ୍ଟ ଅନ୍ୟ ଆମେରିକୀୟ ନିବେଶକଙ୍କୁ ଏହି କ୍ରୟରେ ସଂଖ୍ୟାଲଘୁ ଭିତିରେ ଅଂଶଗ୍ରଣ କରିବାକୁ ଆମନ୍ତ୍ରଣ କରିପାରିବେ ବୋଲି କମ୍ପାନୀର ବ୍ଳଗରେ କୁହାଯାଇଛି । ସେ ଆହୁରି ମଧ୍ୟ କହିଛନ୍ତି ମାଇକ୍ରୋସଫ୍ଟ ସମ୍ପୂର୍ଣ୍ଣ ସୁରକ୍ଷା ସମୀକ୍ଷା ସହ ଟିକଟିକ ହାସଲ କରିବା ଏବଂ ଯୁକ୍ତରାଷ୍ଟ୍ରର ଟ୍ରେଜେରୀ ସମେତ ଆମେରିକାକୁ ଉପଯୁକ୍ତ ଅର୍ଥନୈତିକ ସୁବିଧା ପ୍ରଦାନ କରିବାକୁ ପ୍ରତିଶ୍ରୁତିବଦ୍ଧ । ମାଇକ୍ରୋସଫ୍ଟ କିଛି ସପ୍ତାହ ମଧ୍ୟରେ ଟିକଟକର ମୂଳ କମ୍ପାନୀ ବାଇଟ୍ ଡାନ୍ସ ସହିତ ଆଲୋଚନା କରିବ ଓ ସେପ୍ଟେମ୍ବର ୧୫ ସୁଦ୍ଧା ଏହି ଆଲୋଚନା ସମାପ୍ତି କରିବ । ମାଇକ୍ରୋସଫ୍ଟ କହିବା ମୁତାବକ ଆମେରିକୀୟ ଟିକଟକ ବ୍ୟବହାରକାରୀଙ୍କ ସମସ୍ତ ବ୍ୟକ୍ତିଗତ ତଥ୍ୟ ଯୁକ୍ତରାଷ୍ଟ୍ରରେ ରହିଥିବା ସହ ତଥ୍ୟ ଯେମିତି ଅନ୍ୟ କୌଣସି ଦେଶକୁ ନଯିବ ସେଥିପାଇଁ କମ୍ପାନୀ ନିଶ୍ଚିତ କରିବ ।

Leave A Reply

Your email address will not be published.

2 × 1 =