ଦିନକରେ ୫୩ ହଜାର ପାର୍ କରୋନା

ନୂଆଦିଲ୍ଲୀ: ଦିର୍ଘ ୫ ମାସ ପରେ ପ୍ରଥମ ଥର ପାଇଁ ମହାମାରୀ କରୋନା ସଂକ୍ରମଣ ଦିନକରେ ୫୩ ହଜାର ଅତିକ୍ରମ କରିଛି । ଆଜି ଦିନକରେ ୫୩,୪୭୬ଜଣ ସଂକ୍ରମିତ ହୋଇଛନ୍ତି । ଯାହାକି ମହାମାରୀ କରୋନାର ୨୦୨୦ ଅକ୍ଟୋବର ୨୩ ତାରିଖ ପର ଠାରୁ ଦେଶରେ ପ୍ରଥମର ଥର ଲାଗି ସର୍ବାଧିକ ବୋଲି କୁହାଯାଇଛି । ଦେଶରେ ସଂକ୍ରମଣ ଏପରି ଉପରମୁହାଁ ହୋଇଛି ଯେ, ମାତ୍ର ୨ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ୧ଲକ୍ଷକୁ ଟପିଯାଇଛି । ଗତକାଲି ୪୭ହଜାରରୁ ଉର୍ଧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ୫୩ ହଜାରରୁ ଉର୍ଧ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଦେଶରେ ନୂତନ ଆକ୍ରାନ୍ତଙ୍କୁ ମିଶାଇ ସମୁଦାୟ ୧,୧୭,୮୭,୫୩୪ରେ ପହଞ୍ଚିଛି । ସେହିପରି ଆଜି ସମଗ୍ର ଦେଶରେ ୨୫୧ମୃତ୍ୟୁ ରେକର୍ଡ କରାଯାଇଛି । ଦେଶରେ ସମୁଦାୟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧,୬୦,୬୯୨ରେ ପହଞ୍ଚିଛି ।
କରୋନାରେ ସୁସ୍ଥ ହୋଇଥିବା ୨୬,୪୯୦ଜଣ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ଦେଶରେ ସମୁଦାୟ ସୁସ୍ଥତା ସଂଖ୍ୟା ହେଉଛି ୧,୧୨,୩୧,୬୫୦ ରେ ପହଞ୍ଚିଛି । ମହାରାଷ୍ଟ୍ରର ସ୍ଥିତି ଅଣାୟତ ହୋଇପଡିଛି । ଉଭୟ ସଂକ୍ରମଣ ଓ ମୃତ୍ୟୁରେ ମହାରାଷ୍ଟ୍ର ଏବେ ଦେଶରେ ପ୍ରଥମ ସ୍ଥାନରେ ରହିଛି । କେବଳ ମହାରାଷ୍ଟ୍ର ଓ ପଞ୍ଜାବରେ ଦେଶର ମୋଟ୍ ସଂକ୍ରମଣର ୭୫% ବୋଲି କୁହାଯାଇଛି ।

Leave A Reply

Your email address will not be published.

6 + seven =