ନୂଆଦିଲ୍ଲୀ- ଦିଲ୍ଲୀରେ ପୁଣି ଏକ ଲଜ୍ଜା ସମ୍ନାକୁ ଆସିଛି । ଜଣେ ୧୩ ବର୍ଷୀୟ ଝିଅକୁ ଦୁଷ୍କର୍ମ ଓ ପରେ ଅତି ଅମାନବୀୟ ଭାବେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରାଯାଇଛି । ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଏମ୍ସରେ ଭର୍ତି କରାଯାଇଛି । ନାବାଳିକାକୁ ହସ୍ପିଟାଲ ଆଣିବା ବେଳେ ତାଙ୍କର ପ୍ରବଳ ରକ୍ତଶ୍ରାବ ହେଉଥିଲା । ତାଙ୍କ ଶରୀରରେ ଗଭୀର କ୍ଷତ ଚିହ୍ନ ରହିଥିଲା । ମିଳିଥିବା ସୂଚନାଅନୁଯାୟୀ ମଙ୍ଗଳବାର ଦିନ ଝିଅଟିର ବାପା କାମ କରିବାକୁ ଯାଇଥିଲେ । ଝିଅଟି ଘରେ ଏକାକୀ ଥିବା ସମୟରେ ତାକୁ ଦୁଷ୍କର୍ମ କରିବା ସହ ଧାରୁଆ ଅସ୍ତ୍ରରେ ତା ଶରୀରକୁ ଆକ୍ରମଣ କରାଯାଇଛି । ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିବାର ଦେଖି ପାଖ ପୋଡଶୀ ତାଙ୍କ ବାପା ଓ ପୋଲିସକୁ ଖବର ଦେଇଥିଲେ । ପ୍ରଥମେ ନାବାଳିକାକୁ ସଞ୍ଜୟ ଗାନ୍ଧି ମେମୋରିଆଲ ହସ୍ପିଟାଲକୁ ନିଆଯାଇଥିଲା । ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାର ଅଧିକ ଗୁରୁତର ହେବାରୁ ତାଙ୍କୁ ଏମ୍ସକୁ ସ୍ଥାନାନ୍ତରିତ କରାଯାଇଥିଲା । ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଦୃଢ ନିନ୍ଦା କରିଛନ୍ତି । ଏହି ଘଟଣାରେ ସଂପୃକ୍ତ ଅପରାଧୀଙ୍କୁ ସୁବଠାରୁ ଶ୍ରେଷ୍ଠ ଓକିଲଙ୍କୁ ନିଯୁକ୍ତି କରି ଦୋଷୀଙ୍କୁ କଠୋର ଶାସ୍ତି ଦେବାପାଇଁ ସେ କହିଛନ୍ତି । ପୋଲିସ ସ୍ଥାନୀୟ ଅଂଚଳର ସିସିଟିଭ ଫୁଟେଜ ଯାଂଚ କରିବା ସହ ଲୋକଙ୍କୁ ପଚରାଉଚାରା କରୁଛି ।