ଦୁଇ ଶହ ଟଙ୍କା ପାଇଁ ଭାଇକୁ ହତ୍ୟା

ଆସିକା : ଦୁଇ ଶହ ଟଙ୍କା ପାଇଁ ନିଜ ଦାଦା ପୁଅକୁ ଜଣେ ବ୍ୟକ୍ତି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ସମ୍ପେଇତପୁର ଗାଁରେ ।
ମୃତ ଯୁବକଜଣଙ୍କ ହେଲେ ବାବୁଲା ଗୌଡା ପୋଲିସ ଅଭିଯୁକ୍ତ ନୃସିଂହ ଗୌଡଙ୍କୁ ଗତକାଲି ଗିରଫ କରିଛି ।
ସୂଚନା ଅନୁସାରେ, ମାତ୍ର ଦୁଇ ଶହ ଟଙ୍କା ପାଇଁ ବାବୁଲା ଓ ନୃସିଂହ ମଧ୍ୟରେ ଗତ ଶନିବାର ବଚସା ହୋଇଥିଲା । ପରେ ନୃସିଂହ ଦାଦା ପୁଅକୁ ହତ୍ୟା କରି ଫେରାର ହୋଇଯାଇଥିଲା । ଖବର ପାଇ ପୋଲିସ ପହଞ୍ଚି ବିଭିନ୍ନ ସ୍ଥାନରେ ଖୋଳତାଡ ଆରମ୍ଭ କରିଥିଲା । ଏହାପରେ ଗତକାଲି ନୃସିଂହଙ୍କୁୁ ଗିରଫ କରି କୋର୍ଟ ଚାଲଣ କରିଛି ।

Leave A Reply

Your email address will not be published.

twenty − 12 =