ଦେଶବ୍ୟାପୀ ବିମାନ ଉଡ଼ାଣ ଆରମ୍ଭ

ନୂଆଦିଲ୍ଲୀ: ଲକ୍ଡାଉନ୍ ଯୋଗୁ ଦୀର୍ଘ ୨ ମାସ ଧରି ବନ୍ଦ ରହିବା ପରେ ଆଜି ଦେଶବ୍ୟାପୀ ଘରୋଇ ବିମାନ ଚଳାଚଳ ଆରମ୍ଭ ହୋଇଛି । ନୂଆଦିଲ୍ଲୀସ୍ଥିତ ଇନ୍ଦିରାଗାନ୍ଧୀ ଆନ୍ତର୍ଜାତିକ ବିମାନ ବନ୍ଦରରୁ ଆଜି ଭୁବନେଶ୍ୱର ସମେତ ଦେଶର ବିଭିନ୍ନ ରାଜ୍ୟର ରାଜଧାନୀ ଅଭିମୁଖେ ବିମାନ ଚଳାଚଳ ଆରମ୍ଭ କରିଛି । ତେବେ ମିଳିଥିବା ସୂଚନା ଅନୁଯାୟୀ ଦିଲ୍ଲୀ ବିମାନ ବନ୍ଦରରୁ ୧୯୦ଟି ବିମାନ ଉଡ଼ାଣ ଏବଂ ୧୯୦ଟି ବିମାନ ଅବତରଣ କରିବାର ଥିଲା । ମାତ୍ର ୮୨ଟି ବିମାନକୁ ବାତିଲ କରାଯାଇଥିବା କୁହାଯାଇଛି । ଆଜି ବିମାନ ଉଡ଼ାଣ ଆରମ୍ଭ କରିବା ପୂର୍ବରୁ ପ୍ରଥମେ ଯାତ୍ରୀମାନଙ୍କୁ ସ୍କିନିଂ କରାଯିବା ସହ ଏୟାରଲାଇନ୍ସ ପକ୍ଷରୁ ଫେସ୍ କର୍ଭର ମାସ୍କ ପ୍ରଦାନ କରାଯାଇଥିଲା । ସେହିପରି ବିମାନ କର୍ମ·ରୀମାନେ ବ୍ୟକ୍ତିଗତ ସୁରକ୍ଷା ଉପକରଣ (ପିପିଇ) ପରିଧାନ କରିଥିଲେ ।ବିମାନ ବାତିଲ ନେଇ କେତେକ ଯାତ୍ରୀ ଅଭିଯୋଗ କରି କହିଛନ୍ତି କି, ବିମାନ ଉଡ଼ାଣ ବାତିଲ କରାଯାଇଥିବା ସମ୍ବନ୍ଧରେ ସେମାନଙ୍କୁ ଆଗୁଆ ସୂଚନା ଦିଆଯାଇ ନଥିଲା ।ପ୍ରାୟ ଦୁଇ ମାସର ବ୍ୟବଧାନ ପରେ ଆଜି ଦେଶରେ ପୂନର୍ବାର ଅଭ୍ୟନ୍ତରୀଣ ବିମାନ ଚଳାଚଳ କରିବା ନେଇ ଅନୁମତି ମିଳିବା ପରେ ଦେଶ ମଧ୍ୟରେ ଅନେକଗୁଡ଼ିଏ ବିମାନ ଚଳାଚଳ ଆରମ୍ଭ କରିଛି ।ମୁମ୍ବାଇ ଓ ବେଙ୍ଗାଲୁରୁରେ ମଧ୍ୟ ବିମାନ ଉଡ଼ାଣ ବାତିଲ ହୋଇଥିବା କଥା କେତେଜଣ ଯାତ୍ରୀ କହିଛନ୍ତି । ଏୟାର ଇଣ୍ଡିଆର ବେଙ୍ଗାଲୁରୁ-ହାଇଦ୍ରାବାଦ ବିମାନର ଜଣେ ଯାତ୍ରୀ ଅଭିଯୋଗ କରିଛନ୍ତି ଯେ ବିମାନ ବନ୍ଦରକୁ ପ୍ରବେଶ ସମୟରେ ବୋର୍ଡିଙ୍ଗ ପାସ୍ ସ୍କାନିଂ କରାଯିବା ବେଳେ ଯାଇ ବିମାନ ଉଡ଼ାଣ ବାତିଲ କରାଯାଇଥିବା କଥା କୁହାଯାଇଥିଲା । ଆମେ କ’ଣ କରିବୁ ବୋଲି ସେତେବେଳେ ଜାଣିପାରିଲୁ ନାହିଁ ।ଆନ୍ଧ୍ରପ୍ରଦେଶ ଏବଂ ପଶ୍ଚିମବଙ୍ଗରେ ଛାଡ଼ିଦେଲେ ବାକି ସବୁଆଡେ଼ ସମସ୍ତ ବାଣିଜି୍ୟକ ଯାତ୍ରୀବାହୀ ବିମାନ ଚଳଚଳା ଆରମ୍ଭ ହୋଇଛି । ଆଜି ପ୍ରଥମ ବିମାନ ଭୋର ୪:୪୫ ମିନିଟ୍ରେ ଦିଲ୍ଲୀରୁ ପୁଣେ ଅଭିମୁଖେ ଉଡ଼ାଣ ଆରମ୍ଭ କରିଥିଲା । ଦ୍ୱିତୀୟ ବିମାନଟି ଭୋର ୬:୪୫ ମିନିଟ୍ରେ ମୁମ୍ବାଇରୁ ପାଟନା ଅଭିମୁଖେ ଯାଇଥିଲା । ପ୍ରଥମେ ଯାତ୍ରା ଆରମ୍ଭ କରିଥିବା ଏହି ବିମାନ ଦୁଇଟି ହେଉଛି ଇଣ୍ଡିଗୋ ଏୟାର ଲାଇନ୍ସର । ସେହିଭଳି ଅମହାବାଦରୁ ଆସିଥିବା ସ୍ପାଇସ୍ଜେଟ୍ର ବିମାନଟି ସୋମବାର ସକାଳ ୭:୪୫ରେ ଦିଲ୍ଲୀ ବିମାନ ବନ୍ଦରରେ ପହଂଚିଥିଲା ।

Leave A Reply

Your email address will not be published.

one × 5 =