ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା୯୦ ହଜାର ଟପିଲା, ମୃତ୍ୟୁ ସଂଖ୍ୟା ୨୮୭୨

ନୂଆଦିଲ୍ଲୀ: ଦେଶରେ କରୋନାର ପ୍ରକୋପ ବଢ଼ିଛି । ଭାରତରେ କରୋନା ମୃତୁ୍ୟ ସଂଖ୍ୟା ଏବେ ୩ ହଜାର ପାଖାପାଖି ହୋଇଥିବା ପ୍ରକାଶ । କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି କରାଯାଇଥିବା ତଥ୍ୟ ଅନୁସାରେ ଏହି ମୃତୁ୍ୟ ସଂଖ୍ୟା ୨ ହଜାର ୮୭୨କୁ ବୃଦ୍ଧି ପାଇଛି । ଏହା ସହିତ ଦେଶରେ ଆକ୍ରାନ୍ତ ସଂଖ୍ୟା ୯୦ ହଜାର ୯୨୭ରେ ପହଂଚିଛି । ଦେଶରେ ବର୍ତମାନ ସୁଦ୍ଧା ମୋଟ ୩୪ ହଜାର ୧୦୯ ଜଣ ଲୋକ ସୁସ୍ଥ ହୋଇ ଘରକୁ ଫେରିଥିବା ସ୍ପଷ୍ଟ କରିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ।ଆକ୍ରାନ୍ତ ଓ ମୃତୁ୍ୟ ସଂଖ୍ୟାରେ ସବୁଠୁ ଆଗରେ ରହିଛି ମହାରାଷ୍ଟ୍ର । ମହାରାଷ୍ଟ୍ରରେ କରୋନା ଆକ୍ରାନ୍ତ ସଂଖ୍ୟା ୩୦ ହଜାର ୭୦୬ ରହିଥିବା ବେଳେ ମୃତୁ୍ୟ ସଂଖ୍ୟା ୧୧ ଶହ ୩୫କୁ ବୃଦ୍ଧି ପାଇଛି । ସେହିପରି ଗୁଜରାଟରେ ୧୦ ହଜାର ୯୮୮ ଆକ୍ରାନ୍ତ ଥିବା ବେଳେ ମୃତୁ୍ୟ ସଂଖ୍ୟା ୬୨୫କୁ ବଢ଼ିଛି । ସେହିଭଳି ଦିଲ୍ଲୀରେ ୯ ହଜାର ୩୩୩ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୃତୁ୍ୟ ସଂଖ୍ୟା ୧୨୯ରେ ପହଂଚିଛି । ଆନ୍ଧ୍ରପ୍ରଦେଶରେ ୨୩୫୫ କରୋନା ଆକ୍ରାନ୍ତ ରହିଥିବା ବେଳେ ମୃତୁ୍ୟ ସଂଖ୍ୟା ୪୯କୁ ବୃଦ୍ଧି ପାଇଛି । ମଧ୍ୟପ୍ରଦେଶରେ ୪ ହଜାର ୭୮୯ ଜଣ ଆକ୍ରାନ୍ତ ରହିଥିବା ବେଳେ ମୃତୁ୍ୟ ସଂଖ୍ୟା ୨୪୩ ହୋଇଥିବା ନେଇ ସୂଚନା ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ।

Leave A Reply

Your email address will not be published.

2 × five =