ନୂଆଦିଲ୍ଲୀ, ୨୧.୬ (ଏଜେନ୍ସି): ଦେଶରେ ୧୩ ହଜାର ଟପିଲା କରୋନା ମୃତ୍ୟୁ ସଂଖ୍ୟା । ଭାରତରେ ୧୩ ହଜାର ୨୫୪ କୁ ବୃଦ୍ଧି ହେଲା କରୋନା ମୃତ୍ୟୁ । ଏଥିରୁ ଆକ୍ରାନ୍ତଙ୍କ ସଂଖ୍ୟା ୪ଲକ୍ଷ୧୦ହଜାର ୪୬୧ ଥିବାବେଳେ ସକ୍ରିୟ ସଂକାମିତଙ୍କ ସଂଖ୍ୟା ୧,୨୭,୭୫୬ ଜଣ । ଭୁତାଣୁରେ ମହାରାଷ୍ଟ୍ରରେ ସର୍ବାଧିକ ୫ ହଜାର ୯୮୪ଜଣ ମୃତ୍ୟୁ ହେଲାଣି । କରୋନା ଭୁତାଣୁରେ ୨୪ ଘଂଟାରେ ୩୦୬ ଜଣଙ୍କର ମୃତ୍ୟୁ ହୋଇଛି । ଏବଂ ଏଥିରେ ଆକ୍ରାନ୍ତଙ୍କ ସଂଖ୍ୟା
୧୫ହଜାର ୪୧୩ ହୋଇଛି । ଦିଲ୍ଲୀରେ ୨୧୧୨, ଗୁଜୁରାଟରେ ୧୬୩୮, ତାମିଲନାଡୁ ୭୦୪, ପଶ୍ଚିମବଙ୍ଗ ୫୪୦, ଉତରପ୍ରଦେଶ ୫୦୭, ମଧ୍ୟପ୍ରଦେଶରେ ୫୦୧ ଜଣଙ୍କ ମୃତ୍ୟୁ ଘଟିଛି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୁଚନା ଦିଆଯାଇଛି ।