ଦେଶର ବିଭିନ୍ନ ରାଜ୍ୟରୁ ଆସିଥିବା ନଦୀଜଳ ରାଷ୍ଟ୍ରୀୟ ଏକାତ୍ମତାର ଚିହ୍ନ: ମିଲିନ୍ଦ ପରାଣ୍ଡେ

ନୂଆଦିଲ୍ଲୀ: ମର୍ଯ୍ୟାଦା ପୁରୁଷୋତମ ଭଗବାନ ପ୍ରଭୂ ଶ୍ରୀରାମ ତାଙ୍କ ଜୀବନରେ ସାମାଜିକ ସମନ୍ୱୟ ଏବଂ ସଶକ୍ତିକରଣର ବାର୍ତା ଦେଇଥିଲୋ ତାଙ୍କର ମନ୍ଦିର ନିର୍ମାଣ ଭୂମି ପୂଜନରେ ବ୍ୟବହୃତ ହେବା ପାଇଁ ସାରା ଦେଶରୁ ଆସୁଥିବା ହଜାର ହଜାର ପବିତ୍ର ନଦୀର ଜଳ ଏବଂ ପବିତ୍ର ପୀଠର ମୃତିକା ସମଗ୍ର ଭାରତକୁ ଏକତ୍ର କରିବା ସହିତ ରାଷ୍ଟ୍ରୀୟ ଏକାତ୍ମତାର ଦର୍ଶନ କରାଇବ ବୋଲି ବିଶ୍ୱହିନ୍ଦୁ ପରିଷଦର ଜାତୀୟ ସାଧାରଣ ସଂପାଦକ ଶ୍ରୀ ମିଲିନ୍ଦ ପରାଣ୍ଡେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏହି ବିଷୟ ପ୍ରକାଶ କରିଛନ୍ତି । ଶ୍ରୀ ପରାଣ୍ଡେ କହିିଲେ ଯେ,ମର୍ଯ୍ୟାଦା ପୁରୁଷୋତମ ଶ୍ରୀରାମଙ୍କ ଜନ୍ମସ୍ଥାନର ବିଷୟକୁ ନେଇ ଆଜି ଏକ ପବିତ୍ର ସ୍ଥାନରେ ଏହି ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହେଉଅଛି । ଯେଉଁ ଠାରୁ ଡ. ହେଡେଗେୱାରଙ୍କ ଦ୍ୱାରା ସଂଘ ଗଙ୍ଗା ଓ ଡ.ବାବାସାହେବ ଆମ୍ବେଦକରଙ୍କ ଦୀକ୍ଷା ଭୂମିରୁ ସମରସତା ଗଙ୍ଗା ଉଦ୍ଗମ ହୋଇଥିଲାା
ସେ କହିଥିଲେ ଯେ, ଭଗବାନ ଶ୍ରୀରାମଙ୍କ ଦ୍ୱାରା ଅହଲ୍ୟା ଉଦ୍ଧାର,ଶବରୀ ମାତାଙ୍କୁ ଦେଖାଇଥିବା ଉଚ୍ଚ ସମ୍ମାନ, ନିଷାଦରାଜାଙ୍କ ସହିତ ପ୍ରେମ ଏବଂ ବନ୍ଧୁତା ସାମାଜିକ ସମରସତାର ଉଲ୍ଲେଖନୀୟ ଚିତ୍ର । ଶ୍ରୀରାମ ଜନ୍ମଭୂମିର ଶିଳାନ୍ୟାସ ବା ମୂଳଦୁଆ ୧୯୮୯ରେ ଅନେକ ପୂଜ୍ୟ ସାଧୁସନ୍ଥଙ୍କ ଉପସ୍ଥିତିରେ ଜଣେ ଅନୁସୂଚିତ ଜାତିର ଯୁବକ ଶ୍ରୀ କାମେଶ୍ୱର ଚୌପାଲଙ୍କ କରକମଳରେ ସମ୍ପର୍ଣ୍ଣ ହୋଇଥିଲାା ଯିଏ କି ଆଜି ଶ୍ରାରାମ ଜନ୍ମଭୂମି ତିର୍ଥକ୍ଷେତ୍ର ଟ୍ରଷ୍ଟର ଟ୍ରଷ୍ଟି ଅଛନ୍ତି । ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ହଜାର ହଜାର ପବିତ୍ର ତୀର୍ଥସ୍ଥାନର ପବିତ୍ର ମୃତିକା ଏବଂ ପବିତ୍ର ନଦୀର ଜଳ ଆନନ୍ଦମୟ ପରିବେଶରେ ଶ୍ରୀରାମଜନ୍ମ ଭୂମି ପୂଜନ ପାଇଁ ସାରା ଦେଶରୁ ଆସୁଅଛି । ଏହା ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଉଦ୍ଗମ ସ୍ଥଳ ନାଗପୁରରୁ ହେଉ ବା ସନ୍ଥ ରବିଦାସଙ୍କ ଜନ୍ମ୍ମସ୍ଥାନ କାଶୀ ହେଉ, ସୀତାମଢୀ ବିହାରର ମହର୍ଷି ବାଲ୍ମିକି ଆଶ୍ରମ, ମହାରାଷ୍ଟ୍ର ଗୋନ୍ଦିୟା ଜିଲ୍ଲା ଅନ୍ତର୍ଗତ କଚାରଗଡ, ଝାଡଖଣ୍ଡର ରାମରେଖାଧାମ, ମଧ୍ୟପ୍ରଦେଶର ତନ୍ତିଆ ଭିଲଙ୍କ ପୂଣ୍ୟଭୂମି, ଅମୃତସର ପଞ୍ଜାବର ଶ୍ରୀ ହରମନ୍ଦିର ସାହେବ,ଡ.ଆମ୍ବେଦକରଙ୍କ ଜନ୍ମସ୍ଥାନ ମହୁ, ଦିଲ୍ଲୀର ଜୈନଲାଲ ମନ୍ଦିର ଓ ବାଲ୍ମିକ ମନ୍ଦିର ଯେଉଁଠାରେ ମହାତ୍ମାଗାନ୍ଧି ୭୨ ଦିନ ରହିଥିଲେ, ଏହିିପରି ଅନେକ ସ୍ଥାନରୁ ସେହି ପବିତ୍ର ମାଟି ଓ ପାଣି ଆସୁଅଛି । ଏତିକି କିଛି ଉଦାହରଣ ମାତ୍ରା ଭିଏଚ୍ପିର ଜାତୀୟ ସାଧାରଣ ସଂପାଦକ କହିଛନ୍ତି ଯେ, ଅଗଷ୍ଟ ୫ ତାରିଖ ଦିନ ଆମେ ସମସ୍ତ ରାମଭକ୍ତମାନେ ନିଜ ନିଜ ଘର, ପ୍ରତିଷ୍ଠାନ, ମଠ ମନ୍ଦିର, ଆଶ୍ରମ ଇତ୍ୟାଦି ସ୍ଥାନରେ ଯଥା ସମ୍ଭବ ସାମୁହିକ ବସି ସକାଳ ୧୦.୩୦ରୁ ନିଜ ନିଜ ଆରାଧ୍ୟ ଦେବଙ୍କୁ ଭଜନ-ପୂଜନ,କିର୍ତନ ସ୍ମରଣ କରି ପୁଷ୍ପାଞ୍ଜଳି ଦେଇ, ଆରତି କରି ପ୍ରସାଦ ସେବନ ଓ ବିତରଣ କରିବା ।
ଅଯୋଧ୍ୟା କାର୍ଯ୍ୟକ୍ରମକୁ ସମାଜକୁ ଦେଖାଇବା ପାଇ ସିଧା ପ୍ରସାରଣର ବ୍ୟବସ୍ଥା କରିବା, ଘର,ପଡୋଶୀ, ଗ୍ରାମ, ବଜାର, ମଠ-ମନ୍ଦିର, ଗୁରୁଦ୍ୱାର, ଆଶ୍ରମ ଇତ୍ୟାଦିକୁ ସୁସଜ୍ଜିତ କରି ସଂଧ୍ୟା ସମୟରେ ଦୀପ ଜଳାଇବାା ମନ୍ଦିର ନିର୍ମାଣ ପାଇଁ ଯଥାସମ୍ଭବ ଦାନ କରିବା ପାଇଁ ସଂକଳ୍ପ କରିବାା ସମସ୍ତ ପ୍ରଚାର ମାଧ୍ୟମ ବ୍ୟବହାର କରି ସମାଜର ଅଧିକରୁ ଅଧିକ ଲୋକଙ୍କ ନିକଟରେ ଏହି ମହାନ କାର୍ଯ୍ୟକ୍ରମକୁ ପହଁଚାଇବା । ଆହୁରି ମଧ୍ୟ ଏହି ସମସ୍ତ ଯୋଜନା ଏବଂ କାର୍ଯ୍ୟକ୍ରମରେ, କରୋନାରୁ ସୁରକ୍ଷା ପାଇଁ ସମସ୍ତ ମାଧ୍ୟମ ଗ୍ରହଣ କରନ୍ତୁା କରୋନା ସଂକ୍ରମଣ ମହାମାରୀରୁ ରକ୍ଷା ପାଇବା ପାଇଁ ନିଜ ମୁହଁରେ ମାସ୍କ ପିନ୍ଧିବା, ହାତ ଧୋଇବା, ସାନିଟାଇଜିଂ କରିବା, ସମାଜିକ ଦୂରତା ଅବଲମ୍ବନ କରିବା ଏବଂ ଏହି ପରିପ୍ରେକ୍ଷୀରେ ସରକାର ଏବଂ ପ୍ରଶାସନର ନିୟମକୁ ପାଳନ କରନ୍ତୁ ବୋଲି ଶ୍ରୀ ପରାଣ୍ଡେ ପ୍ରକାଶ କରିଛନ୍ତ ।

Leave A Reply

Your email address will not be published.

four × four =