ଧର୍ମାନ୍ତୀକରଣ ରୋକିବାକୁ ୟୁପିରେ ଅଧ୍ୟାଦେଶ

ଲକ୍ଷେ୍ନ: ଜଣେ ବ୍ୟକ୍ତିଙ୍କ ଉଚ୍ଛା ବିରୋଧରେ ଚାଲିଥିବା ଧର୍ମ ପରିବର୍ତନ କାର୍ଯ୍ୟ ଉପାରେ ରୋକ୍ ଲାଗାଇବା ପାଇଁ ଉତର ପ୍ରଦେଶ ସରକାର ଅଧ୍ୟାଦେଶ ଆଣିଛନ୍ତି । ଏହି ଅଧ୍ୟାଦେଶ ପ୍ରସ୍ତାବକୁ ରାଜ୍ୟପାଳ ଆନନ୍ଦିବେନ ପଟେଲ ଅନୁମୋଦନ ଦେଇଥିବାରୁ ଏହା ରାଜ୍ୟରେ କାର୍ଯ୍ୟକାରୀ ହୋଇଛି । ରାଜ୍ୟପାଳଙ୍କ ଅନୁମୋଦନ ପରେ ସଂକ୍ରାନ୍ତରେ ଗୋଟିଏ ବିଜ୍ଞପ୍ତି ପ୍ରକାଶ ପାଇଛି । ବଳପୂର୍ବକ ଧର୍ମାନ୍ତୀକରଣ ରୋକିବାକୁ ଗତ ସପ୍ତାହରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ୍ ବୈଠକ ବସିଥିଲା । ସର୍ବସମ୍ମତିକ୍ରମେ ଧର୍ମାନ୍ତୀକରଣ ରୋକିବାକୁ ଏକ ଅଧ୍ୟାଦେଶକୁ ଅନୁମୋଦନ ମିିଳିଥିଲା । ଅଧ୍ୟାଦେଶ ଅନୁଯାୟୀ, ଯଦି କେହି ବିବାହ ପାଇଁ କିମ୍ବା ଯେ କୌଣସି କାମ ପାଇଁ ବଳ ପୂର୍ବକ କାହାର ଧର୍ମ ବଦଳାଇବାକୁ ଚେଷ୍ଟା କରନ୍ତି, ତ’ ହେଲେ ତାଙ୍କୁ ୧୦ ବର୍ଷ ଯାଏ ଜେଲ ଦଣ୍ଡ ମିଳିବ । ସେହିପରି କେବଳ ବାହାଘର ପାଇଁ ଯଦି କାହାର ଧର୍ମ ପରିବର୍ତନ କରାଯାଇଥିବ, ତା’ହେଲେ ଉକ୍ତ ବାହାଘରକୁ ଅବୈଧ ଘୋଷଣା କରାଯିବ । ବାହାଘର ପରେ ଧର୍ମ ପରିବର୍ତନ କରିବାକୁ ଚାହୁଁଥିବା ଲୋକମାନେ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ନିକଟରେ ଏଥିପାଇଁ ଆବେଦନ କରିବେ ।

Leave A Reply

Your email address will not be published.

nine + twenty =