ନଈ ମଝିରେ ସେଲ୍‌ଫି ନେବା ବେଳେ ମାଡ଼ି ଆସିଲା ପାଣି

ଭୋପାଳ: ମଝି ନଈରେ ସେଲ୍‌ଫି ନେବା ବେଳେ ମାଡ଼ି ଆସିଲା ବନ୍ୟାଜଳ। ଚାହୁଁ ଚାହୁଁ ପାଣିରେ ଫସିଗଲେ ୨ ଯୁବତୀ। ଶେଷରେ ଖବର ପାଇ ପୁଲିସ ପହଞ୍ଚି ସମସ୍ତଙ୍କୁ ବିପଦ ମୁହଁରୁ ଉଦ୍ଧାର କଲା। କରୋନା ଭୂତାଣୁକୁ ନେଇ ଲକ୍‌ଡାଉନ ସମୟରେ କଟକଣା ଲାଗୁ ହୋଇଥିବାବେଳେ କିଛି ଯୁବତୀଙ୍କ ପିକ୍‌ନିକ୍‌ ଏବଂ ସେଲ୍‌ଫି ନିଶା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ମଧ୍ୟପ୍ରଦେଶର ଛିନ୍ଦୱାଡ଼ା ଜିଲାର ବେଲଖେଡୀ ଗାଁରେ ଏପରି ଘଟଣା ଘଟିଛି। ସୂଚନା ଅନୁସାରେ, ପ୍ରାୟ ୧୦ରୁ ୧୨ ଜଣ ଯୁବତୀ ପିକ୍‌ନିକ୍‌ ମନାଇବାକୁ ପେଞ୍ଚ୍‌ ନଦୀ କୂଳକୁ ଯାଇଥିଲେ। ଏହି ସମୟରେ ୨ ଯୁବତୀ ଭଲ ସେଲ୍‌ଫି ଉଠାଇବା ଲାଗି ନଦୀର ମଧ୍ୟଭାଗକୁ ଚାଲିଯାଇ ଏକ ପଥର ଉପରେ ବସି ଫଟୋ ନେଉଥିଲେ। ଏହି ସମୟରେ ହଠାତ୍‌ ନଦୀରେ ବନ୍ୟାଜଳ ମାଡ଼ ଆସିଥିଲା। ଜଳସ୍ତର ବଢ଼ିଯିବାରୁ ଯୁବତୀମାନେ ଫସିଯାଇଥିଲେ। ସାଙ୍ଗରେ ଯାଇଥିବା ଅନ୍ୟ ଯୁବତୀମାନେ ତୁରନ୍ତ ପୁଲିସକୁ ଏ ନେଇ ଖବର ଦେଇଥିଲେ। ପୁଲିସ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଥିଲା। ତେବେ ପୁଲିସ ପହଞ୍ଚିବା ପର୍ଯ୍ୟନ୍ତ ପ୍ରାୟ ୧ ଘଣ୍ଟା ଧରି ଯୁବତୀଦ୍ବୟ ପଥର ଉପରେ ବସିରହିଥିଲେ।

Leave A Reply

Your email address will not be published.

3 + two =