ନଭେମ୍ବରରେ ତିର୍ତୋଲ ଓ ବାଲେଶ୍ୱର ଉପନିର୍ବାଚନ

ନୂଆଦିଲ୍ଲୀ: ଆସନ୍ତା ନଭେମ୍ବର ମାସ ୨୯ ତାରିଖ ପୂର୍ବରୁ ଓଡ଼ିଶାରେ ଖାଲିପଡିଥିବା ବାଲେଶ୍ୱର ଓ ତିର୍ତୋଲ ବିଧାନସଭା ଆସନରେ ଉପନିର୍ବାଚନ ହେବ ବୋଲି ମୁଖ୍ୟନିର୍ବାଚନ କମିଶନର ସୁନିଲ ଆରୋରା ସୂଚନା ଦେଇଛନ୍ତି । ବିହାର ବିଧାନସଭା ନିର୍ବାଚନା ସହ ଦେଶର ବିଭିନ୍ନ ରାଜ୍ୟରେ ଖାଲିପଡିଥିବା ୬୪ଟି ବିଧାନସଭା ଆସନ ଏବଂ ଗୋଟିଏ ଲୋକସଭା ଆସନ ପାଇଁ ଉପନିର୍ବାଚନ ହେବ ବୋଲି ସେ କହିଛନ୍ତି ।
ଆଜି ମୁଖ୍ୟ ନିର୍ବାଚନ କମିସନର ଶ୍ରୀ ଆରୋରା ଭିଡିଓ କନଫରେନ୍ସ ଦ୍ୱାରା ବିଭିନ୍ନ ରାଜ୍ୟର ମୁଖ୍ୟସଚିବ ଏବଂ ମୁଖ୍ୟ ନିର୍ବାଚାନ ଅଧିକାରିମାନେ ସହ ନିର୍ବାଚନ ନେଇ ସମିକ୍ଷା ପରେ ଏହି ସୂଚନା ଦେଇଛିନ୍ତି । ଠିକ୍ ସମୟରେ ନିର୍ବାଚନ ତାରିଖ ଘୋଷଣା କରାଯିବା ବୋଲି ସେ କହିଛନ୍ତି ।
ସୂଚନାଯୋଗ୍ୟ ଯେ ବିହାର ବିଧାନସଭାର କାର୍ଯ୍ୟକାଳ ଆସନ୍ତା ଡିସେମ୍ବରମାସରେ ପୁରିଯାଉଥିବାରୁ ସାମ୍ବିଧାନିକ ବିଧି ବ୍ୟବସ୍ତା ଅନୁଯାୟୀ ନିଧାରିତ ସମୟରେ ନିର୍ବାଚନ ହେବ ଦେଶରେ ଏବେ ମହାମାରୀ ଭୂତାଣୁ ସଂକ୍ରାମଣ ଯୋଗୁ ନିର୍ବାଚନ ନେଇ ଆଶଙ୍କା ଲାଗିରହିଛି ।
ଅନ୍ୟ ପକ୍ଷରେ ଓଡ଼ିଶାର ଦୁଇଟି ବିଧାନସଭା ଆସନ ଏବେ ଖାଲିପଡିଛି । ବାଲେଶ୍ୱର ବିଧାୟକ ମଦନ ମୋହନ ଦତ ଏବଂ ତିର୍ତୋଲ ବିଧାୟକ ବିଷ୍ଣୁ ଦାସଙ୍କ ପରଲୋକ ଯୋଗୁ ଖାଲିପଡିଛି । ସମ୍ବିଧାନ ନିଦେ୍ର୍ଧଶ ଅନୁଯାଇ ୬ମାସ ମଧ୍ୟରେ ନିର୍ବାଚନ ବାଧ୍ୟତା ମୂଳକ ରହିଛି ।
କରୋନା ଭୂତାଣୁ ସଂକ୍ରାମଣ ଦୃଷ୍ଟିରେ ରଖି ନିର୍ବାଚନ ପରିଚାଳନା ଳାଗି ନିର୍ବାଚନ କମିସନ ସ୍ୱତନ୍ତ୍ର ଗାଇଡ ଲାଇନ୍ ପ୍ରସ୍ତତ କରିଛନ୍ତି । ନିର୍ବାଚନ ବେଳେ ଭିଡକୁ ଏଡାଇବା ଲାଗି ଏଣିକି ପ୍ରାଥିପତ୍ର ଦାଖଲ ଅନ୍ଲାଇନ୍ରେ କରିବାକୁ କମିସନର ନିଷ୍ପତି ନେଇଛନ୍ତି । ସେହିପରି ପ୍ରଚାର ସମୟରେ ସମଥକମାନଙ୍କ ସଂଖ୍ୟା ୧୦୦ ମଧ୍ୟରେ ସିମିତ ରହିବ । କମିସନରଙ୍କ ଗାଇଡଲାଇନ୍କୁ ସମସ୍ତ ରାଜନୈତିକ ଦଳ ସମର୍ଥନ କରିବା ସହ ସ୍ୱାଗତ କରିଛନ୍ତି । ବର୍ଷା, ବନ୍ୟା ଓ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କେତେକ ରାଜ୍ୟ ସରକାର ନିର୍ବାଚନକୁ ସ୍ଥଗିତ ରଖିବା ଲାଗି ମତ ଦେଇଥିବା ଜଣା ଯାଇଛି ।

Leave A Reply

Your email address will not be published.

5 + 17 =