ନୀତି ଆୟୋଗ ପୁସ୍ତକରେ ଓଡିଶାର କୋଭିଡ୍ ପରିଚାଳନା

ନୂଆଦିଲ୍ଲୀ: ନୀତି ଆୟୋଗର ‘ ମିଟିଗେସନ୍ ଆଣ୍ଡ ମ୍ୟାନେଜମେଂଟ ଅଫ କୋଭିଡ-୧୯’ ପୁସ୍ତକ ପ୍ରକାଶ ପାଇଛି । ଏହି ପୁସ୍ତକରେ ଓଡିଶା ସମେତ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର କୋଭିଡ୍ ପରିଚାଳନା ସମ୍ପର୍କିତ ଅନୁଭବକୁ ଦର୍ଶାଯାଇଛି । ପୁସ୍ତକରେ ରାଜ୍ୟର ସ୍ୱାସ୍ଥ୍ୟ ଭିତିଭୂମି, ସଚେତନା ସୁୃଷ୍ଟି ତଥା ବ୍ୟବହାରରେ ପରିବର୍ତନ, କ୍ଷମତା ବୃତି ତଥା ସ୍ୱାସ୍ଥ୍ୟ ୱାର୍କଫୋର୍ସର ବିକାଶ, ପ୍ରବାସୀ ଶ୍ରମିକମାନଙ୍କ ପ୍ରସଙ୍ଗକୁ ନେଇ ଉଲ୍ଲେଖ କରାଯାଇଛି । ଏହି ପୁସ୍ତକରେ ଓଡିଶା ସରକାରଙ୍କ କୋଭିଡ୍ ପରିଚାଳନା ସମ୍ପର୍କରେ ବି ବିବରଣୀ ରହିଛି । ଏଥିରେ ଉଲ୍ଲେଖ କରାଯାଇଛି ଯେ, କୋଭିଡ ହସ୍ପିଟାଲ ପ୍ରତିଷ୍ଠା କରିବା ପାଇଁ ଓଡିଶା ସରକାର ଦୁଇଟି ଘରୋଇ ହସ୍ପିଟାଲ ସହ ଅନୁବନ୍ଧିତ ହୋଇଥିଲେ । ଦେଶର ପ୍ରଥମ ରାଜ୍ୟ ଭାବେ ଏପ୍ରିଲ ମାସ ପୂର୍ବରୁ ପ୍ରତ୍ୟେକ ଜିଲ୍ଲାରେ ଓଡିଶା ସରକାର କୋଭିଡ ହସ୍ପିଟାଲ ପ୍ରତିଷ୍ଠା କରିଥିଲେ । ପିଲାମାନଙ୍କୁ ସଚେତନତା ସୃଷ୍ଟି ଦିଗରେ ଉତ୍ସାହିତ କରିବା ପାଇଁ ଅନ୍ଲାଇନ୍ ପ୍ରତିଯୋଗିତା ‘ମୋ ପ୍ରତିଭା’ର ଆୟୋଜନ କରାଯାଇଥିଲା । ରାଜ୍ୟ ସରକାରଙ୍କ ଦ୍ୱାରା ଡାକ୍ତର, ନର୍ସ ତଥା ପାରାମେଡିକାଲ ଷ୍ଟାଫ୍ମାନଙ୍କର ଚାରି ମାସର ଅଗ୍ରୀମ ବେତନ ଘୋଷଣା କରାଯାଇଥିଲା । କୋଭିଡ ଚିକିତ୍ସା ଦାୟିତ୍ୱରେ ଥିବା ସ୍ୱାସ୍ଥ୍ୟକର୍ମୀଙ୍କ ପ୍ରତି ବ୍ୟକ୍ତିଗତ ଭାବେ ସମ୍ମନ ପ୍ରଦର୍ଶନ କରିବା ପାଇଁ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଅନୁରୋଧ ଜଣାଇଥିଲେ । ଏଥିସହିତ, ସ୍ୱାସ୍ଥ୍ୟକର୍ମୀଙ୍କୁ ଆକ୍ରମଣ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ଚେତାବନୀ ଦିଆଯାଇଥିଲା । କାର୍ଯ୍ୟ ସମୟରେ ସ୍ୱାସ୍ଥ୍ୟ କର୍ମୀମାନଙ୍କର ମୃତ୍ୟୁ ହେଲେ ୫୦ ଲକ୍ଷ ଟଙ୍କାର ସହାୟତା, ଗଣମାଧ୍ୟମ କର୍ମୀମାନଙ୍କୁ କର୍ତବ୍ୟ ନିର୍ବାହ ସମୟରେ ମୃତ୍ୟୁରେ ୧୫ ଲକ୍ଷ ଟଙ୍କାର ସହାୟତା ଭଳି ପଦକ୍ଷେପ ସମ୍ପର୍କରେ ମଧ୍ୟ ପୁସ୍ତକରେ ଉଲ୍ଲେଖ କରାଯାଇଛି । ପୁସ୍ତକରେ ଓଡିଶା ଦେଶର ପ୍ରଥମ ରାଜ୍ୟ ଯାହାଦ୍ୱାରା ଅନ୍ୟ ରାଜ୍ୟର ପ୍ରବାସୀ ଶ୍ରମିକଙ୍କୁ ସହାୟତା କରିବାର ଘୋଷଣା ତଥା ମାଗଣାରେ ସମସ୍ତ ସୁବିଧା ଯୋଗାଇ ଦିଆଯାଇଥିବାର ଉଲ୍ଲେଖ କରାଯାଇଛି । ଲକ୍ଡାଉନ୍ରେ ଫସିଥିବା ୫ଲକ୍ଷ ପ୍ରବାସୀ ଶ୍ରମିକଙ୍କୁ ରାଜ୍ୟକୁ ଫେରାଇ ଆଣିବାର ପଦକ୍ଷେପ ସମ୍ପର୍କରେ ମଧ୍ୟ ଉଲ୍କେଖ କରାଯାଇଛି । ରାଜ୍ୟରେ ପଞ୍ଚାୟତିରାଜ ସଂସ୍ଥାକୁ ସକ୍ରିୟ କରିବା, ପ୍ରବାସୀ ଶ୍ରମିକମାନଙ୍କର ଯତ୍ନ ନେବା ପାଇଁ ୬.୭୦୦ ସରପଞ୍ଚମାନଙ୍କର ଶପଥ ନେବା ତଥା ସରପଞ୍ଚମାନଙ୍କୁ ଜିଲ୍ଲାପାଳଙ୍କ କ୍ଷମତା ପ୍ରଦାନ ଭଳି ପ୍ରସଙ୍ଗଗୁଡିକ ପୁସ୍ତକରେ ଉଲ୍ଲେଖ କରାଯାଇଛି ।

Leave A Reply

Your email address will not be published.

4 × one =