ନୂଆଦିଲ୍ଲୀ: ଆମେରିକାର ମେରିଲିଲାଣ୍ଡ ସ୍ଥିତ ନୋଭାଭାକ୍ସ ଇନ୍ ସହ ମିଶି ଭାରତ ଅଗ୍ରଣୀ ଟିକା ନିର୍ମାଣ କମ୍ପାନି ପୁଣେ ସ୍ଥିତ ସିରମ୍ ଇନଷ୍ଟିଟ୍ୟୁଟ ଅଫ୍ ଇଣ୍ଡିଆ ଏକ କୋଭିଡ-୧୯ ଟିକାର ବିକାଶ ଏବଂ ବ୍ୟାବସାୟିକ ପ୍ରସ୍ତୁତ କରିବ ବୋଲି ଜଣାଯାଇଛି । ଉଭୟ କମ୍ପାନି ମଧ୍ୟରେ ଗତ ୩୦ ତାରିଖରେ ସ୍ୱାକ୍ଷରିତ ଚୁକ୍ତି ମୁତାବକ ରାଜିନାମା ଅବଧି ଭିତରେ ସମଗ୍ର ଭାରତରେ ଉକ୍ତ ଟିକା ପ୍ରସ୍ତୁତି ଏବଂ ବିତରଣ ପାଇଁ କେବଳ ସିର୍ମ ଇନଷ୍ଟିଟ୍ୟୁଟ ବିଶେଷ ଅଧବକାର ମିଳିଛି । ସେହିପରି ମହାମାରୀ ସମୟ କାଳ ଭିତରେ ବିଶ୍ୱର ଉଚ୍ଚ ବିତ ଓ ଉଚ୍ଚ-ମଧ୍ୟବିତ ଦେଶ ବ୍ୟତୀତ ଅନ୍ୟ ସମସ୍ତ ରାଷ୍ଟ୍ର ପାଇଁ ସିର୍ମ ଇନଷ୍ଟିଟ୍ୟୁଟ ଏହି ଟିକା ଯୋଗାଇପାରିବ ବୋଲି କୁହାଯାଇଛି । ନୋଭାମାକ୍ସ ପକ୍ଷରୁ ବିକାଶ ଚାଲିଥିବା ଉକ୍ତ ଟିକାର ସୀମିତ ପ୍ରଥମ ପର୍ଯ୍ୟାୟ ନୈଦାନିକ ପରୀକ୍ଷାଣରେ ଆଶାନୁରୂପ ଫଳାଫଳ ମିଳିଛି । ବୋଲି କମ୍ପାନି ପକ୍ଷରୁ ଗତ ମଙ୍ଗଳବାର ଘୋଷଣା କରାଯାଇଥିଲା । ଏଥିରେ ଉତ୍ସାହିତ ହୋଇ ଏହାର ଚୂଡ଼ାନ୍ତ ତଥା ତୃତୀୟ ପର୍ଯ୍ୟାୟ ମାନବ ଶରୀରରେ ନୈଦାନିକ ପରୀକ୍ଷାଣ ସେପ୍ଟେମ୍ବର ସୁଦ୍ଧା ନୋଭାମାକ୍ସ ଆରମ୍ଭ କରିବାକୁ ପ୍ରସ୍ତୁତ ଚଳାଇଥିବା କହିଛି ।