ପଂଜାବ-ହରିୟାଣା ବିବାଦ ବଢ଼ୁଛି, ପରସ୍ପରକୁ ଦାୟୀ କଲେ ଦୁଇ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ:ନୂଆ କୃଷି ଆଇନକୁ ବିରୋଧ କରି ପଂଜାବ କୃଷକମାନେ କରିଥିବା ଆନ୍ଦୋଳନ ପ୍ରସଙ୍ଗରେ ପଂଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଏବଂ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହରଲାଲ୍ ଖଟ୍ଟର ମୁହାଁମୁହିଁ ହୋଇଛନ୍ତି । ଆନ୍ଦୋଳନରତ ପଂଜାବ କୃଷକଙ୍କୁ ଦିଲ୍ଲୀ ଯିବା ବାଟରେ ହରିୟାଣା ପୋଲିସ ଅଟକାଇବା ଏବଂ ଦୀର୍ଘ ୨ ଘଂଟା ଧରି ପୋଲିସ-କୃଷକ ସଂଘର୍ଷ ଉପୁଜିଥିବାରୁ ଏନେଇ ଅମରିନ୍ଦର ହରିୟାଣା ମୁଖ୍ୟମନ୍ତ୍ରୀ ଖଟ୍ଟରଙ୍କୁ ଦାୟୀ କରିଛନ୍ତି । ଅମରିନ୍ଦର ଏକ ଟ୍ୱିଟ୍ କରି କହିଥିଲେ, ଦିଲ୍ଳୀ ଆସୁଥିବା କୃଷକଙ୍କୁ ବାଟରେ ଅଟକାଇବା ଏବଂ ସେମାନଙ୍କ ବିରୋଧରେ ଦମନକାରୀ ନୀତି ଧରିବା ସମ୍ପୂର୍ଣ୍ଣ ଅଗଣତାନ୍ତ୍ରିକ ଏବଂ ଅସାମ୍ବିଧାନିକ । ଖଟ୍ଟର ସରକାର କାହିଁକି କୃଷକଙ୍କ ଦିଲ୍ଲୀ ଯିବାରେ ବାଧା ଦେଉଛନ୍ତି ବୋଲି ସେ ପ୍ରଶ୍ନ କରିଥିଲେ । ଏଥିରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି ହରିୟାଣା ମୁଖ୍ୟମନ୍ତ୍ରୀ ଖଟ୍ଟର କହିଛନ୍ତି ଯେ କୃଷକ ଆନ୍ଦୋଳନଜନିତ ଅପ୍ରୀତିକର ପରିସ୍ଥିତି ପାଇଁ ଅମରିନ୍ଦର ସଂପୂର୍ଣ୍ଣ ଭାବେ ଦାୟୀ ଅମରିନ୍ଦର ଖାଲି ଟ୍ୱିଟ୍ କରି ସମାଲୋଚନା କରୁଛନ୍ତି, କିନ୍ତୁ କଥାବାର୍ତାଠାରୁ ଦୂରେଇ ରହୁଛନ୍ତି । ଖଟ୍ଟର କହିଛନ୍ତି, କରୋନା ମହାମାରୀ ସମୟରେ ଅମରିନ୍ଦର ଏଭଳି ଶସ୍ତା ରାଜନୀତିଠାରୁ ଦୂରେଇ ରୁହନ୍ତୁ ଏବଂ ଲୋକମାନଙ୍କ ଜୀବନକୁ ବିପଦରେ ନପକାନ୍ତୁ ।

Leave A Reply

Your email address will not be published.

one × 5 =