ପଞ୍ଜାବ କୃଷକ ଆନ୍ଦୋଳନରେ ସାମିଲ ହେବେ ରାହୁଲ

ନୂଆଦିଲ୍ଲୀ: କୃଷି ବିଲ୍କୁ ବିରୋଧ ତୀବ୍ର ହେବାରେ ଲାଗିଛି । ସଂସଦରେ ଉକ୍ତ ବିଲ୍କୁ ଗୃହୀତ କରାଯିବା ପରେ ଏହାକୁ ନେଇ ଉତର ଭାରତର ପଞ୍ଜାବ ଓ ହରିୟାଣାରେ ଆନ୍ଦୋଳନ ପ୍ରଥମେ ଆରମ୍ଭ ହୋଇଥିବା ବେଳେ ଏବେ ଏହା ଦେଶର ଅନ୍ୟାନ୍ୟ ରାଜ୍ୟକୁ ବ୍ୟାପିବାରେ ଲାଗିଛି । ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମରେ ଆନ୍ଦୋଳନକାରୀମାନେ ଦିଲ୍ଲୀରେ କଡ଼ା ସୁରକ୍ଷାକୁ ଭେଦକରି ଇଣ୍ଡିଆ ଗେଟ୍ ସାମ୍ନାରେ ଟ୍ରାକ୍ଟର ପୋଡ଼ିଛନ୍ତି । ଇଣ୍ଡିଆ ଗେଟ୍ ନିକଟ ରାଜପଥରେ ଏହି ଘଟଣା ସକାଳେ ଘଟିଛି । ଉକ୍ତ ଘଟଣାରେ ସଂପୃକ୍ତ ୫ ଜଣଙ୍କୁ ଗିରଫ କରାଯାଇଛି । ୧୫ରୁ ୨୦ ଜଣ ଆନେ୍ଦାଳନକାରୀ ଟ୍ରାକ୍ଟରରେ ପ୍ରଥମେ ନିଆଁ ଲଗାଇ ସେଠାରେ ସ୍ଲୋଗାନ ଦେଇଥିଲେ । ଏହାପରେ ସ୍ଥାନ ଛାଡ଼ି ପଳାଇ ଯାଇଥିଲେ । ଘଟଣାସ୍ଥଳକୁ ତୁରନ୍ତ ଦୁଇଟି ନିଆଁଲିଭା ଗାଡ଼ି ଆସି ନିଆଁକୁ ଆୟତ କରିଥିଲା । ଜିଲ୍ଲାର ସମସ୍ତ ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଂଚିଥିଲେ । ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଜିଲ୍ଲାର ସମସ୍ତ ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଂଚିଥିଲେ । ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଆନ୍ଦୋଳନକାରୀମାନେ ଏକ ଟାଟା ୪୦୭ ଗାଡିରେ ଟ୍ରାକ୍ଟରକୁ ଇଣ୍ଡିଆ ଗେଟ୍ ସାମ୍ନାକୁ ଆଣି ଏହି କାଣ୍ଡ ଭିଆଇଛନ୍ତି । ଆନେ୍ଦାଳନକାରୀମାନେ ଏକ ଟାଟା ୪୦୭ ଗାଡ଼ିରେ ଟ୍ରାକ୍ଟରକୁ ଇଣ୍ଡିଆ ଗେଟ୍ ସାମ୍ନାକୁ ଆଣି ଏହି କାଣ୍ଡ ଭିଆଇଛନ୍ତି । ଆନେ୍ଦାଳନକାରୀମାନେ ପଞ୍ଜାବ ଯୁବ କଂଗ୍ରେସର ସଦସ୍ୟ ବୋଲି ଦାବି ଲାଗିଛି । ଆନେ୍ଦାଳନକାରୀମାନଙ୍କ ଗାଡ଼ି ନମ୍ବର ଗୁଡ଼ିକ କ୍ୟାମେରାରେ ରେକର୍ଡିଂ ହୋଇ ରହିଛି । ଏହି କାଣ୍ଡରେ ବ୍ୟବହୃତ ହୋଇଥିବା ଏକ ଇନୋଭା କାର୍କୁ ମଧ୍ୟ ଜବତ କରାଯାଇଛି । ପୂର୍ବରୁ ପଞ୍ଜାବରେ ୩ ଦିନିଆ ରେଳରୋକୋ ଗତ ଶନିବାର ପର୍ଯ୍ୟନ୍ତ ହୋଇଥିଲା । ତେବେ କର୍ଣ୍ଣାଟକରେ କୃଷକ ସଂଗଠନଗୁଡ଼ିକ ରାଜ୍ୟବ୍ୟାପୀ ବନ୍ଦ ପାଳନ କରିଛନ୍ତି । ବିଏସ୍ ୟେଦୁରପ୍ପା ସରକାରଙ୍କ ଦ୍ୱାରା ଜମି ସଂସ୍କାର ଆଇନ ଓ ଏପିଏମ୍ସି ଆଇନରେ ସଂଶୋଧନକୁ ବିରୋଧ କରି ଏହି ପ୍ରତିବାଦ କରାଯାଇଛି । ଏହି ଆନେ୍ଦାଳନକୁ ବିରୋଧୀ କଂଗ୍ରେସ ଓ ଜେଡି (ଏସ୍) ସମେତ କନ୍ନଡ଼ ସପକ୍ଷବାଦୀ ଓ ଅନ୍ୟ କେତେକ ସଂଗଠନ ସମର୍ଥନ କରିଛନ୍ତି । ସଂସଦରେ ଗୃହୀତ ହୋଇଥିବା କୃଷି ବିଲ୍କୁ ଗତକାଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ ମୋହର ମାରିଛନ୍ତି । କଂଗ୍ରେସ ସଭାାପତି ସୋନିଆ ଗାନ୍ଧି କଂଗ୍ରେସ ଶାସିତ ରାଜ୍ୟମାନଙ୍କୁ ନୂଆ କୃଷି ଆଇନ କାର୍ଯ୍ୟକାରୀ ନ କରିବାକୁ ପରାମର୍ଶ ଦେଇଛନ୍ତି । ଏ ଦିଗରେ ସମସ୍ତ ବିକଳ୍ପ ଦନ୍ଧାନ କରିବାକୁ ସେ କହିଛନ୍ତି ।

Leave A Reply

Your email address will not be published.

one + one =