ପାନ,ଗୁଟଖା, ବିଡ଼ି ନିଷିଦ୍ଧ

ରାଂଚି: ୨୦୨୧ ମସିହା ପର୍ଯ୍ୟନ୍ତ ଝାଡ଼ଖଣ୍ଡରେ ବିକ୍ରି ହେବ ନାହିଁ ପାନ, ବିଡ଼ି, ସିଗାରେଟ, ଗୁଟଖା, ଖଇନି କି ଜର୍ଦା । ରାଜ୍ୟ ସରକାର ଏଥିନେଇ ନିର୍ଦେଶନାମା ଜାରି କରିଛନ୍ତି । ଏହି ନିର୍ଦେଶନାମା ୨୦୨୧ ଜୁଲାଇ ୨୭ ତାରିଖ ପର୍ଯ୍ୟନ୍ତ ବଳବତର ରହିଛି । ଝାଡ଼ଖଣ୍ଡ ସ୍ୱାସ୍ଥ୍ୟ ଓ ପରିବାରକଲ୍ୟାଣ ବିଭାଗ ପ୍ରମୁଖ ସଚିବ ଡ଼ା.ନୀତିନ ମଦନ କୁଲକର୍ଣି ଏ ସମ୍ପର୍କରେ ଏକ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ନିର୍ଦେଶନାମା ଅନୁସାରେ ଝାଡ଼ଖଣ୍ଡରେ ଗୁଟଖା ଓ ପାନମସଲା ବିକ୍ରି ହେବ ନାହିଁ । ସାର୍ବଜନୀନ ସ୍ଥାନରେ ସବୁୁପ୍ରକାର ତମାଖୁଜାତ ଉତ୍ପାଦ ବଡ଼ି, ସିଗାରେଟ, ପାନମସଲା, ହୁକ୍କା, ଖଇନି, ଜର୍ଦା, ଗୁଟଖା ଓ ଇଲେକ୍ଟେରାନିକ ସିଗାରେଟ ଉପରେ କଟକଣା ଅବ୍ୟାହତ ରହିବ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି ।

Leave A Reply

Your email address will not be published.

seven − five =