ନୂଆଦିଲ୍ଲୀ: ପାରାଦୀପ ବନ୍ଦରକୁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ନାମରେ ନାମିତ କରିବାକୁ ରାଜ୍ୟସଭାର ଶୂନ୍ୟକାଳରେ ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଦାବି କରିଛନ୍ତି । ଶ୍ରୀ ଆଚାର୍ଯ୍ୟଙ୍କର ଏହି ଦାବିକୁ କଂଗ୍ରେସ, ସମାଜବାଦୀ ପାର୍ଟି, ଡିଏମ୍କେ ଓ ଶିବସେନା ସମର୍ଥନ କରିଛନ୍ତି । ସାଂସଦ ଶ୍ରୀ ଆଚାର୍ଯ୍ୟ ଶୂନ୍ୟକାରଳରେ ଏହି ପ୍ରସଙ୍ଗ ଉଠାଇ କହିଥିଲେ ଯେ, ଉତ୍କଳର ନିର୍ମାଣରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କର ଯଥେଷ୍ଟ ଭୂମିକା ରହିଛି । ସ୍ୱାଧୀନତା ଯଥେଷ୍ଟ ଭୂମିକା ରହିଛି । ସ୍ୱାଧୀନତା ସଂଗ୍ରାମରେ ତାଙ୍କର ଯୋଗଦାନ ମଧ୍ୟ ଉଲ୍ଲେଖନୀୟ । ଏଥିସହିତ, ତାଙ୍କର ସାହସପୂର୍ଣ୍ଣ ପଦକ୍ଷେପ ପାଇଁ ସେ ଜାତୀୟ ସ୍ତରରେ ପରିଚିତ ତାଙ୍କରି ଉଦ୍ୟମରେ ପାରାଦୀପ ବନ୍ଦର ପ୍ରତିଷ୍ଠାନ ଲାଭ କରିଥିଲା । ଏହିସବୁ ଅବଦାନକୁ ଦୃଷ୍ଟିରେ ରଖି ତାଙ୍କ ନାମରେ ପାରାଦୀପ ବନ୍ଦରକୁ ନାମିତ କରାଯାଉ ଏବଂ ଏହାର ନାମ ‘ବିଜୁ ପଟ୍ଟନାୟକ ପୋର୍ଟ ଟ୍ରଷ୍ଟ’ ରଖାଯାଉ ବୋଲି ସାଂସଦ ଶ୍ରୀ ଆଚାର୍ଯ୍ୟ ଦାବି କରିଥିଲେ । ସାଂସଦ ଶ୍ରୀ ଆଚାର୍ଯ୍ୟ ମଧ୍ୟ ରାଜନେତାଙ୍କ ନାମରେ ବନ୍ଦରର ନାମକରଣ କରାଯାଇଥିବା ନେଇ କେତେକ ଦୃଷ୍ଟାନ୍ତ ଦେଇଥିଲେ । ସେ କହିଥିଲେ ଯେ, ୨୦୨୧ରେ ତାମିଲନାଡୁର ତୁତିକୋରିନ ବନ୍ଦରକୁ କଂଗ୍ରେସ ନେତା ତଥା ସ୍ୱାଧିନତା ସଂଗ୍ରାମୀ ଭି. ଓ ଚିଦାମ୍ବରନାର ବନ୍ଦର ନାମରେ ନାମିତ କରାଯାଇଥିଲା । ସେହିପରି ୨୦୧୪ରେ ଏନ୍ନୋର ବନ୍ଦର ଲିମିଟେଡକୁ ଡାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ କେ କାମରାକଙ୍କ ନାମରେ, ୨୦୧୭ରେ ଗୁଜୁରାଟରେ ଥିବେକ କନ୍ନତ ବନ୍ଦରକୁ ଦୀନଦୟାଲ ଉପାଧ୍ୟାୟ ବନ୍ଦର ନାମରେ ଏବଂ କୋଲକାତା ବନ୍ଦରକୁ ଶ୍ୟାମ ପ୍ରସାଦ ମୁଖାର୍ଜୀ ବନ୍ଦର ନାମରେ ନାମିତ କରାଯାଇଥିଲା । ଏହାକୁ ଆଖିରେ ଆଗରେ ନାମିତ କରାଯାଇଥିଲା । ଏହାକୁ ଆଖିରେ ଆଗରେ ରଖି ପାରଦୀପ ବନ୍ଦରର ନାମ ପରିବର୍ତନ କରି ବିଜୁ ପଟ୍ଟନାୟକ ପୋର୍ଟ ଟ୍ରଷ୍ଟ ରଖିବାରେ କୌଣସି ଅସୁବିଧା ନାହିଁ ।