ପୁଣି ଏଲପିଜି ବଢିଲା ୨୫ ଟଙ୍କା

ନୂଆଦିଲ୍ଲୀ: ଦେଶରେ ତୈଳ କମ୍ପାନୀ ଗୁଡିକ ଆଜି ରନ୍ଧନଗ୍ୟାସ ସିଲିଣ୍ଡର (୧୪.୨କେଜି) ପିଛା ପୁଣି ୨୫ ଟଙ୍କା ବୃଦ୍ଧି କରିଛନ୍ତି । ରନ୍ଧନ ଗ୍ୟାସ ସିଲିଣ୍ଡର ୭୬୯ଟଙ୍କାରୁ ୭୯ଟଙ୍କାକୁ ବୃଦ୍ଧି ପାଇଛି । ଚଳିତ ଫେବୃଆରୀ ମାସରେ ରନ୍ଧନ ଗ୍ୟାସର ଏହା ହେଉଛି ତୃତୀୟ ମୁଲ୍ୟବୃଦ୍ଧି । ପୂର୍ବରୁ ଗତ ୪ ଓ ୧୪ ତାରିଖରେ ରନ୍ଧନଗ୍ୟାସର ମୂଲ୍ୟ ୭୫ ଟଙ୍କା ବଢିଥିଲା । ଫଳରେ ଚଳିତ ମାସରେ ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ୧୦୦ ଟଙ୍କା ମହଙ୍ଗା ହୋଇଛି । ସେହିପରି ଗତ ଡିସେମ୍ବର ମାସରେ ଗ୍ୟାସର ମୁଲ୍ୟ ମଧ୍ୟ ୨ଥରରେ ୧୦୦ ଟଙ୍କା ବୃଦ୍ଧି ପାଇଥିଲା । ଡିସେମ୍ବର ୧ରେ ରନ୍ଧନଗ୍ୟାସ ସିଲିଣ୍ଡର ମୂଲ୍ୟ ୫୦ ଟଙ୍କା ବଢିଥିଲା ବେଳେ ସେହିମାସ ୧୫ ତାରିଖରେ ପୁଣି ୫୦ ଟଙ୍କା ବଢିଥିଲା । ଚଳିତ ମାସରେ ମାତ୍ର ୧୦ଦିନ ମଧ୍ୟରେ ରନ୍ଧନଗ୍ୟାସ ସିଲିଣ୍ଡର ପିଛା ୫୦ ଟଙ୍କା ବୃଦ୍ଧି ପାଇଛି ।

Leave A Reply

Your email address will not be published.

eighteen + six =