ପୁଣି ୨୫ଟଙ୍କା ବଢ଼ିଲା ରନ୍ଧନ ଗ୍ୟାସ

ନୂଆଦିଲ୍ଲୀ: ପୁଣି ବଢିଲା ରିହାତି ଯୁକ୍ତ ରନ୍ଧନ ଗ୍ୟାସ । ତୈଳ କମ୍ପାନି ଗୁଡିକ ରିହାତି ଯୁକ୍ତ ଗ୍ୟାସ ସିଲିଣ୍ଡରର ଦାମ ୨୫ ଟଙ୍କା ବୃଦ୍ଧି କରିଛନ୍ତି । ଏହା ପୂର୍ବରୁ ଜୁଲାଇ ମାସରେ ବି ଗ୍ୟାସ ସିଲିଣ୍ଡରର ଦାମ ୨୫.୫୦ ଟଙ୍କା ବୃଦ୍ଧି କରାଯାଇଥିଲା । ଏବେ ଗ୍ୟାସ ସିଲିଣ୍ଡର ଦର ବୃଦ୍ଧି ଫଳରେ ଦିଲ୍ଲୀରେ ୧୪.୨କିଲୋଗ୍ରାମ ସିଲିଣ୍ଡରର ଦାମ ୮୫୯.୫ ଟଙ୍କାକୁ ବୃଦ୍ଧି ପାଇଛି । ଜୁନ ମାସରେ ଦିଲ୍ଲୀରେ ୧୪ କିଲୋଗ୍ରାମ ଗ୍ୟାସ ସିଲିଣ୍ଡରର ଦାମ ୮୦୯ ଟଙ୍କା ଥିଲା, ଯାହାକି ଜୁଲାଇ ମାସରେ ବୃଦ୍ଧି ପାଇ ୮୩୪ ଟଙ୍କାରେ ପହଞ୍ଚିଥିଲା । ଯଦି ଚଳିତ ବର୍ଷ ଜାନୁଆରି ମାସରୁ ଏପର୍ଯ୍ୟନ୍ତ ଗ୍ୟାସ ସିଲିଣ୍ଡର ବୃଦ୍ଧିକୁ ନଜର କରାଯିବ ତେବେ ମୋଟ ୧୬୫ ଟଙ୍କା ବୃଦ୍ଧି ପାଇଛି । ଏହି ଦରବୃଦ୍ଧି ପରେ କୋଲକତାରେ ୧୪.୨ କିଲୋଗ୍ରାମ ଗ୍ୟାସ ସିଲିଣ୍ଡରର ଦାମ ୮୮୯ ଟଙ୍କା ରହିଛି, ମୁମ୍ବାଇରେ ୮୫୯.୫୦ ଓ ଲକ୍ଷେ୍ନøରେ ୮୯୭.୫ ଟଙ୍କା ରହିଛି । ଉଲ୍ଲେଖଯୋଗ୍ୟ, ତୈଳ କମ୍ପାନିମାନେ ପ୍ରତ୍ୟେକ ମାସ ଏଲପିଜି ସିଲିଣ୍ଡରର ଦାମ ଉପରେ ସମୀକ୍ଷା କରି ଦାମ ବୃଦ୍ଧି ଓ ହ୍ରାସ ନେଇ ନିଷ୍ପତ୍ତି ନେଉଛନ୍ତି । ପ୍ରତି ରାଜ୍ୟରେ ଟ୍ୟାକ୍ସ ଅଲଗା ଅଲଗା ଥିବାରୁ ବିଭିନ୍ନ ରାଜ୍ୟରେ ଏହାର ଦାମ ଅଲଗା ଅଲଗା ରହିଛି ।

Leave A Reply

Your email address will not be published.

one × 1 =