ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର


ନୂଆଦିଲ୍ଲୀ- ମସ୍ତିଷ୍କ ଅସ୍ତ୍ରୋପଚାର  ପରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିଛି ବୋଲି ଜଣାପଡିଛି । ସୂଚାନେଯାଗ୍ୟ ପ୍ରଣବ ମୁଖାର୍ଜୀଙ୍କୁ ଗତ ଅଗଷ୍ଟ ୧୦ରେ ଦିଲ୍ଲୀ କ୍ୟାଂଟେନମେଂଟରେ ଥିବା ଆର୍ମି ରିସର୍ଚ୍ଚ ଏବଂ ରେଫାରାଲ ହସ୍ପିଟାଲରେ ଭର୍ତି କରାଯାଇଥିଲା । ତାଙ୍କ ମସ୍ତିଷ୍କରେ ରକ୍ତ ଜମାଟ ବାନ୍ଧିଥିବା ଜଣାପଡିବା ପରେ ତାଙ୍କ ମସ୍ତିଷ୍କରେ ଅସ୍ତେ୍ରାପଚାର କରାଯାଇଥିଲା । ପୂର୍ବରୁ ମଧ୍ୟ ସେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ତେବେ ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିଥିବାରୁ ତାଙ୍କ ପୁଅ ଅଭିଜିତ ମୁଖାର୍ଜୀ କହିଛନ୍ତି ଈଶ୍ୱରଙ୍କ କୃପା ଏବଂ ସମସ୍ତଙ୍କ ଶୁଭେଛା ପାଇଁ ସେ ଭଲରେ ଅଛନ୍ତି । ସେ ଖୁବ ଶୀଘ୍ର ସୁସ୍ଥ ହୋଇ ଘରକୁ ଫେରିବେ ବୋଲି ତାଙ୍କ ପୁଅ କହିଛନ୍ତି ।

Leave A Reply

Your email address will not be published.

eighteen − 9 =