ନୂଆଦିଲ୍ଲୀ- ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି ତିନି ଦିନିଆ ଋଷ ଗ୍ରସ୍ତ କରିଛନ୍ତି । ଏଥି ସହ ସେ ସାଂଘାଇ ସହଯୋଗ ସଂଗଠନର ବୈଠକରେ ଯୋଗ ଦେବେ । ଏହି ବୈଠକରେ ଆଂଚଳିକ ସୁରକ୍ଷାକୁ ନେଇ ଆଲୋଚନା ହୋଇପାରେ । ସେହିପରି ଋୁଷ ପ୍ରତିରକ୍ଷା ବରିଷ୍ଠ ଅଧିକାରୀଙ୍କ ଆଲୋଚନା କରିବା ସହ ପ୍ରତିରକ୍ଷା କ୍ରୟ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ପାଇଁ ରାଜନାଥ ଆଲୋଚନା କରିବେ ବୋଲି ଜଣାପଡିଛି ।