ନୂଆଦିଲ୍ଲୀ : ଦେଶରେ ଗୋଷ୍ଠୀ ସଂକ୍ରମଣ ନେଇ କେନ୍ଦ୍ର କିମ୍ବା କୌଣସି ରାଜ୍ୟ ସରକାର ଏପର୍ୟ୍ୟନ୍ତ ସହମତ ହୋଇନାହାଁନ୍ତି ।
ପ୍ରାଇମସ୍ ହସ୍ପିଟାଲର ଭେଷଜ ବିଭାଗର ମୁଖ୍ୟ ଡାକ୍ତର ଅନୁରାଗ ସାକ୍ସେନା କହିଛନ୍ତି ଯେ ଦେଶରେ କରୋନା ମାମଲାର ଯେପରି ବୃଦ୍ଧି ଘଟୁଛି, ଏହାକୁ ଗୋଷ୍ଠୀ ସଂକ୍ରମଣର ପ୍ରଥମ ପର୍ୟ୍ୟାୟ ଭାବରେ ବିବେଚନା କରାଯାଇପାରେ ।
ସଂକ୍ରମଣର ହାର କେତେ ଶୀଘ୍ର ବ୍ୟାପୁଛି, ତାହା କେବଳ କୋଭିଡ ରୋଗୀଙ୍କ କେସ୍ ହିଷ୍ଟ୍ରିକୁ ବିଚାର କରିବା ପରେ ନିର୍ଣ୍ଣୟ କରାଯାଇପାରିବ ।