ପ୍ରିୟଙ୍କା ପ୍ରଚାରଠୁ ଦୂରରେ

ନୂଆଦିଲ୍ଲୀ: ବିହାର ନିର୍ବାଚନ ତାତି ପ୍ରାୟ ଶୀର୍ଷରେ ପହଂଚିଥିବା ବେଳେ ଆଉ ଦିନକ ପରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହେବ ଯେଉଁଥି ପାଇଁ ନିର୍ବାଚନ ପ୍ରଚାର ଶେଷ ହୋଇଯାଇଛି । ରାଜ୍ୟରେ ଆଗକୁ ଆଉ ମାତ୍ର ଗୋଟିଏ ପର୍ଯ୍ୟାୟ ନିର୍ବାଚନ ବାକି ଥିବା ବେଳେ କଂଗ୍ରେସର ପ୍ରାକ୍ତନ ଅଧ୍ୟକ୍ଷ ରାହୁଲ ଗାନ୍ଧି ଅଦ୍ୟାବଧି ମାତ୍ର ୪ଟି ସାଧାରଣ ସଭାବେ ଲୋକଙ୍କୁ ଉଦ୍ବୋଧନ ଦେଇଛନ୍ତି ଏବେ ଏବେ ସିମଲାରେ ଛୁଟି କଟାଉଛନ୍ତି । କଂଗ୍ରସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରା ବର୍ତମାନ ସୁଦ୍ଧା ନିର୍ବାଚନ ପ୍ରଚାରରେ ସାମିଲ ନହେବା ଘଟଣା ଅନେକ କଂଗ୍ରାସ ସମର୍ଥକଙ୍କୁ ବିସ୍ମିତ କରିଛି । ଅପରପକ୍ଷେ, ପ୍ରିୟଙ୍କା ଉତରପ୍ରଦେଶ ଉପନିର୍ବାଚନରେ ବ୍ୟସ୍ତ ଅଛନ୍ତି ବୋଲି ଦଳ ପକ୍ଷରୁ ଯେତେ ସଫେଇ ଦେଲେ ବି ତାହା ସମର୍ଥକଙ୍କୁ ସନ୍ତୁଷ୍ଟ କରିପାରିନାହିଁ । ସୂଚନା ଥାଉ କି, ବିହାର ନିର୍ବାଚନ ପୂର୍ବରୁ ରାଜ୍ୟ ପାଇଁ କଂଗ୍ରେସ ତାହାର ୩୦ ଜଣିଆ ତାରକା ପ୍ରଚାରକ ତାଲିକା ପ୍ରକାର କରିଥିଲା । ଯେଉଁଥିରେ ପ୍ରିୟଙ୍କା ମଧ୍ୟ ରହିଥିଲେ । ଉତରପ୍ରଦେଶର ହଥରାସ ଗଣଦୁଷ୍କର୍ମ ପ୍ରସଙ୍ଗରେ ଯୋଗୀ ଆଦିତ୍ୟନାଥ ସରକାରଙ୍କ ବିରୋଧରେ ଦଳର ବିକ୍ଷୋଭ ପ୍ରଦର୍ଶନ ବେଳେ ରାହୁଲଙ୍କ ସହ ପ୍ରିୟଙ୍କା ଯୋଗଦେଇଥିବାରୁ ବିହାର ନିର୍ବାଚନ ପ୍ରଚାରରେ ମଧ୍ୟ ପ୍ରିୟଙ୍କା ଯୋଗଦେବେ ବୋଲି ଆଶା କରାଯାଉଥିଲା । ମାତ୍ର ଏଯାଏ ତାଙ୍କର ଅନୁପସ୍ଥିତି ଦଳୀୟ କର୍ମୀମାନଙ୍କୁ ନିରାଶ କରିଛି । ତେବେ ଉତରପ୍ରଦେଶ ଉପନିର୍ବାଚନରେ ସେ ଅଧିକ ଦାୟିତ୍ୱସଂପନ୍ନ ଭୂମିକା ନିଭାଉଥିବାରୁ ବିହାର ପାଇଁ ସମୟ କାଢ଼ିପାରିନାହାନ୍ତି ବୋଲି କଂଗ୍ରେସ ନେତା ରଣଦୀପ ସିଂହ ସୁର୍ଯ୍ୟବାଲା ସଫେଇ ଦେଇଛନ୍ତି ।

Leave A Reply

Your email address will not be published.

twelve + thirteen =