ନୂଆଦିଲ୍ଲୀ-   ଘୃଣା ଓ ହିଂସା ଉଦ୍ରେକକାରୀ ମନ୍ତବ୍ୟ ଉପରେ କଡା କଟକଣା ଜାରି କରିଛି ଫେସବୁକ । ଏଣିକି ଏଭଳି ମନ୍ତବ୍ୟକୁ ଫୋଷ୍ଟ କଲେ ପ୍ରତିବନ୍ଧକ ଲାଗିବ । ସମସ୍ତଙ୍କ ପାଇଁ ଏହି ନିୟମ  ସମାନ ଭାବେ ଲାଗୁ ହେବ ।  ଫେସବୁକରେ ହେଉଥିବା ପୋଷ୍ଟକୁ ଯାଂଚ କରାଯିବ ଏବଂ  ପୋଷ୍ଟ ଯେପରି ଅପଲୋଡ  ନହେବ ସେ ନେଇ ବିଶେଷ ଭାବେ ଧ୍ୟାନ ଦିଆଯିବ । ବହୁ ସମୟରେ ଫେସବୁକରେ ଆପତିଜନକ ମନ୍ତବ୍ୟ ପୋଷ୍ଟ  କରାଯାଉଥିର ଘଟଣା ସାମ୍ନାକୁ ଅସିଛି । ଗତ ସପ୍ତାହରେ ବେଙ୍ଗାଲୁରୁ ସହରର ଡିଜେ  ହାଲି  ଅଂଚଳରେ  ଏଭଳି ଘଟଣା   ଘଟିଥିଲା । ଯାହାଫଳରେ ହିଂସାକାଣ୍ଡ ବ୍ୟାପକ ରୂପ ଧାରଣ କରିଥିଲା ।
 
			