ବସ୍‌କୁ ଧକ୍କା ଦେଲା ଟ୍ରକ୍‌: ୧୮ ମୃତ

ଲକ୍ଷ୍ନୌ : ଉତ୍ତର ପ୍ରଦେଶର ବାରବାଙ୍କୀରେ ଏକ ଡବଲ୍‌-ଡେକର ବସ୍‌କୁ ଏକ ଦ୍ରୁତଗାମୀ ଟ୍ରକ୍ ଧକ୍କାର ଦେବାରୁ ୧୮ଜଣଙ୍କର ମୃତ୍ୟୁ ଘଟିବା ସହ ଓ ୧୯ଜଣ ଆହତ ହୋଇଛନ୍ତି । ରାମ ସାନେହି ଘାଟ ଥାନା ଅନ୍ତର୍ଗତ ଲକ୍ଷେ୍ନ-ଅଯୋଧ୍ୟା ୨୮ ନମ୍ବର ଜାତୀୟ ରାଜପଥରେ ଏହି ଭୟାବହ ଦୁର୍ଘଟଣା ଘଟିଥିବା ପୋଲିସ ପ୍ରକାଶ କରିଛି ।
ସମସ୍ତ ମୃତାହତ ଯାତ୍ରୀ ବିହାରର ସୀତାମାଢି ଓ ହରଭଙ୍ଗା ଅଞ୍ଚଳର । ସେମାନେ ଶ୍ରମୀକ ଶ୍ରେଣୀର ବୋଲି କୁହାଯାଉଛି । ସେମାନଙ୍କୁ ପଞ୍ଜାବ ଓ ହରିୟାଣାରେ କୌଣସି କାମରେ ନିୟୋଜିତ କରାଯାଇଥିଲା । କାମ ସରିବା ପରେ ସେମାନେ ଆପଣା ଘରକୁ ଫେରୁଥିଲେ । ସେ ବସ୍‌ରେ ପ୍ରାୟ ୧୪୦ ଜଣ ଶ୍ରମିକ ଥିଲେ । ବସ୍‌ର ‘ଏକ୍ସିଲ୍ ସାଫ୍‌’ ଭାଙ୍ଗିଯାଇଛି ବୋଲି ଡ୍ରାଇଭର୍ କହିବାରୁ କେତେକ ଯାତ୍ରୀ ବସ୍‌ରୁ ଓହ୍ଲାଇ ପଡ଼ିଥିଲେ । ଏହାର କିଛି କ୍ଷଣ ପରେ ଗୋଟାଏ ଦ୍ରୁତଗାମୀ ଟ୍ରକ୍ ଆସି ଠିଆ ହୋଇଥିବା ଉକ୍ତ ବସ୍‌ର ପଛପଟେ ଧକ୍କା ଦେଇଥିଲା । ଫଳରେ ବସ୍‌ରୁ ଓହ୍ଲାଇ ପଡ଼ି ରାଜପଥ ଉପରେ ବସ୍ ସମ୍ମୁଖରେ ଶୋଇପଡ଼ିଥିବା କେତେକ ଯାତ୍ରୀ ଗାଡ଼ି ଚାପାରେ ମୃତ୍ୟୁବରଣ କରିଥିବା ବେଳେ ଅନ୍ୟ କେତେଜଣ ସାଙ୍ଘାତିକ ଆହତ ହୋଇଥିଲେ ।

Leave A Reply

Your email address will not be published.

eighteen + 8 =