ବିଟ୍କଏନ୍ରେ ୧୮୦୦ କୋଟିର ମାଲିକ ପାସ୍ୱାର୍ଡ ଭୁଲି ଗୋଟିଏ ଟଙ୍କା ପାଇଲେନି


ନୂଆଦିଲ୍ଲୀ: ବିଟ୍କଏନରେ ଅର୍ଥ ନିବେଶ କରି କୋଟିପତି ହୋଇଥିବା ଜଣେ ବ୍ୟକ୍ତି ଏବେ ଫକଡରାମ୍ । ଷ୍ଟେଫାନ ଥମାସ ନାମକ ଏହି ବ୍ୟକ୍ତି ନିଜ ପାସ୍ୱାର୍ଡ ଭୁଲି ଯିବାରୁ ଟଙ୍କାଟିଏ ପାଇପାରି ନାହାନ୍ତି । ଥମାସ୍ ୭୦୦୨ଟି ବିଟ୍କଏନ୍ର ମାଲିକ ଥିଲେ । ଗୋଟିଏ ବିଟ୍କଏନ୍ର ମୂଲ୍ୟ ଭାରତୀୟ ମୁଦ୍ରାରେ ୨୫ ଲକ୍ଷ ୨୫ ହଜାର ୮୭ ଟଙ୍କା ତେଣୁ ଥମାସଙ୍କ ମାଲିକାନାରେ ଥିବା ବିଟ୍କଏନ୍ର ମୂଲ୍ୟ ପ୍ରାୟ ୧୮୦୦ କୋଟି ଟଙ୍କା । ବିଟ୍କଏନ୍ ଏକ ଡିସେଂଣ୍ରାଲାଇଜଡ୍ ଡିଜିଟାଲ କରେନ୍ସି । ଏହି କରେନ୍ସିକୁ କୌଣସି ବ୍ୟାଙ୍କ ପରିଚାଳନା କରି ନଥାଏ । ଏହା ଏକ ଦୁର୍ବୋଧ୍ୟ ବିଷୟ । ତେବେ ଅନେକ ଲୋ ଏହାର ଦୃଢ଼ ସମର୍ଥକ ।
କମ୍ପୁ୍ୟଟର ନେଟୱର୍କ ମାଧ୍ୟମରେ ଏହି କରେନ୍ସିକୁ ପରିଚାଳନା କରାଯାଇଥାଏ । ଏଥିପାଇଁ ସାଙ୍କେତିକ ଲିଖନ (ପାସୱାର୍ଡ) ବ୍ୟବହାର କରାଯାଇଥାଏ । ଥମାସ୍ ତାଙ୍କର ପାସୱାର୍ଡକୁ ଭୁଲିଯିବାରୁ ଟଙ୍କାଟିଏ ପାଇପାରି ନାହାନ୍ତି ।

Leave A Reply

Your email address will not be published.

eighteen − 2 =