ନୂଆଦିଲ୍ଲୀ: ଦେଶରେ ମହାମାରୀ କରୋନାର ଦ୍ୱିତୀୟ ଲହର ଯୋଗୁଁ ସଂକ୍ରମଣ ସଂଖ୍ୟା ଦିନକୁ ଦିନ ପାଉଥିବାରୁ କେନ୍ଦ୍ର ସରକାର ୬୪ଟି ବିଦେଶୀ ରାଷ୍ଟ୍ରକୁ କରୋନା ଟିକା ରପ୍ତାନି ବନ୍ଦ କରିଦେଇଛନ୍ତି । ଭାରତ ସରକାର ସଂକ୍ରମଣ ବଢୁଥିବାରୁ ଘରୋଇ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଅସ୍ଥାୟୀ ଭାବେ ଆଷ୍ଟ୍ରାଜେନେକା ଟିକାର ରପ୍ତାନୀ ରୋକ ଲଗାଇଥିବା ଜଣାପଡଛି । ଭାରତ ସରକାରଙ୍କ ଏହି ନିଷ୍ପତି ଜିଏଭିଆଇ/ବିଶ୍ୱ ସ୍ୱାସ୍ଥ୍ୟ ସଂଗ୍ୟନର କୋଭାକ୍ସ ଟିକା ଶେୟାରିଂ ବ୍ୟବସ୍ଥାକୁ ପ୍ରଭାବିତ କରିବ । କାରଣ ସେରମ ଉତ୍ପାଦନ କରୁଥିବା କରୋନା ଟିକାକୁ ଏହି ଦୁଇ ସଂସ୍ଥା ଅଧୀନରେ ୬୪ଟି ଗରିବ ଦେଶକୁ ପଠାଯିବାର ଥିଲା । ଏହା ଦ୍ୱାରା କୋଭାକ୍ସ ଜରିଆରେ ଟିକା ପାଇଥିବାକୁ ଥିବା ଦେଶଗୁଡିକର ଅପେକ୍ଷା ଆହୁରି ବଢି ଯାଇଛି । ଏହା ଟିକା ଯୋଗାଣ କାର୍ଯ୍ୟକ୍ରମକୁ ନିଶ୍ଚିତ ବିଳମ୍ବିତ କରିବ । ତଥାପି କୋଭାକ୍ସ ଭାରତ ସରକାରଙ୍କ ସହ ଯୋଗାଯୋଗରେ ରହିଛି । ଯଥାଶୀଘ୍ର ରପ୍ତାନୀ ଆରମ୍ଭ କରିବାକୁ କଥାବାର୍ତା ଚାଲିଛି । ଅନ୍ୟପକ୍ଷରେ ଅସ୍ଥାନୀୟ ରୋକ ଉପରେ ଭାରତ ବୈଦେଶିକ ମନ୍ତ୍ରଣାଳୟ କିମ୍ବା ସେରମ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ । ଏଯାଏ କୋଭାକ୍ସ ସେରମ ଠାରୁ ୧୭.୭ ମିଲିୟର ଆଷ୍ଟ୍ରାଜେନାକାର ଟିକାର ଡୋଜ୍ ଗ୍ରହଣ କରିଛି । ଭାରତ ମଧ୍ୟ ପ୍ରାୟ ୬୦.୫ ମିଲିୟନ୍ ଡୋଜ୍ ଟିକା ବିଭିନ୍ନ ରାଷ୍ଟ୍ରକୁ ପଠାଇଛି । ଏସବୁ ଭିତରେ ଦେଶରେ ଟିକାକରଣ କାର୍ଯ୍ୟକ୍ରମକୁ ଜୋରଦାର କରିବା ପାଇଁ ଭାରତ ସରକାର ଗୁରୁବାର ଠାରୁ ରପ୍ତାନୀ ଉପରେ ରୋକ ଲଗାଇ ଦେଇଛନ୍ତି । ବୈଦେଶିକ ମନ୍ତ୍ରଣାଳୟ ୱେବସାଇଟ୍ରେ ଗୁରୁବାର ଠାରୁ ଟିକା ବିଦେଶକୁ ରପ୍ତାନୀ ହୋଇ ନଥିବାର ତଥ୍ୟ ରହିଛି । ଏହା ପୂର୍ବରୁ ସେରମ ପକ୍ଷରୁ ବ୍ରାଜିଲ, ବ୍ରିଟେନ୍, ମରୋକୋ ଓ ସାଉଦି ଆରବକୁ ଟିକା ପଠାଇବାରେ ବିଳମ୍ବ କରିଥିଲା । ବ୍ରିଟଶ ସରକାର ସେରମ ଠାରୁ ଦ୍ୱିତୀୟ ଦଫାରେ ଆଉ ୫ ମିଲିୟନ ଡୋଜ୍ ଟିକା ନେବାକୁ ଭାରତ ସରକାରଙ୍କ ସହ ଯୋଗାଯୋଗରେ ରହିଛନ୍ତି । ସେହିପରି କୋଭାକ୍ସ ମଧ୍ୟ ସେରମ ଠାରୁ ୧.୧ ବିିଲିୟନ ଆଷ୍ଟ୍ରାଜେନେକା ଓ ନୋଭାକ୍ସ ଟିକା କିଣିବାରେ ବିଳମ୍ବ କରିଛି ।