ବିଶ୍ୱର ୫୦ଟି ପ୍ରଦୂଷିତ ସହର ମଧ୍ୟରୁ ଭାରତର ୩୯ଟି

ନୂଆଦିଲ୍ଲୀ : ୨୦୨୨ ପାଇଁ ବିଶ୍ୱର ସବୁଠାରୁ ପ୍ରଦୂଷିତ ସହର ତାଲିକା ପ୍ରକାଶ ପାଇଛି । ଏହି ତାଲିକାର ସବୁଠାରୁ ଉପରେ ଥିବା ୫୦ଟି ସହର ମଧ୍ୟରୁ ଭାରତରେ ୩୯ଟି ସହର ରହିଛି । ଓଡ଼ିଶାର ତାଳଚେର ଏହି ତାଲିକାରେ ରହିଛି । ଏହି ତାଲିକା ପୁଣି ଥରେ ସରକାରଙ୍କ ପ୍ରଦୂଷଣ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସ୍ୱିଜରଲାଣ୍ଡର ସଂସ୍ଥା ଆଇକ୍ୟୁଏୟାର ପକ୍ଷରୁ ଏହି ବିଶ୍ୱର ଏୟାର କ୍ୱାଲିଟି ରିପୋର୍ଟ ପ୍ରକାଶ ପାଇଛି । ଏହି ତାଲିକା ଅନୁସାରେ ପାକିସ୍ତାନର ଲାହୋର ବିଶ୍ୱର ସବୁଠାରୁ ପ୍ରଦୂଷିତ ସହରର ମାନ୍ୟତା ପାଇଛି । ୨ୟ ସ୍ଥାନରେ ରହିଛି ଚୀନର ହୋଟାନ ଓ ୩ୟ ସ୍ଥାନରେ ରହିଛି ରାଜସ୍ଥାନର ଭିୱାଣ୍ଡି ଓ ୪ର୍ଥ ଦିଲ୍ଲୀ । ଏଣୁ ଭିୱାଣ୍ଡି ହେଉଛି ଭାରତର ସବୁଠାରୁ ପ୍ରଦୂଷିତ ସହରର ମାନ୍ୟତା ପାଇଛି । ୫ମ ସ୍ଥାନରେ ପାକିସ୍ତାନର ପେଶାୱର ରହିଛି ଓ ୬ଷ୍ଠ ଓ ୭ମ ସ୍ଥାନରେ ବିହାରର ଦରଭଙ୍ଗା ଓ ଆସୋପୁର ରହିଛି । ଦେଶର ମହାନଗରଗୁଡ଼ିକ ମଧ୍ୟରୁ ରାଜଧାନୀ ଦିଲ୍ଲୀକୁ ସବୁଠାରୁ ପ୍ରଦୂଷିତ ସହରର ମାନ୍ୟତା ମିଳିଛି । ସମଗ୍ର ବିଶ୍ୱରେ ଦିଲ୍ଲୀ ହେଉଛି ୪ ନଂ ସବୁଠାରୁ ପ୍ରଦୂଷିତ ସହର । ଦିଲ୍ଲୀ ତଳକୁ ରହିଛି କୋଲକାତା ଓ ଏହି ସହରର ବିଶ୍ୱ ରାଙ୍କ ୯୯ ରହିଛି । ୩ୟ ସ୍ଥାନରେ ରହିଛି ମୁମ୍ବାଇ, ଏହାର ବିଶ୍ୱ ରାଙ୍କ ରହିଛି ୧୩୭ । ଅନ୍ୟପକ୍ଷରେ ବିଶ୍ୱର ସବୁଠାରୁ ପ୍ରଦୂଷିତ ଦେଶ ତାଲିକାରେ ଭାରତ ୮ମ ସ୍ଥାନରେ ରହିଛି । ୨୦୨୧ରେ ଭାରତ ୫ମସ୍ଥାନରେ ଥିଲା । ପ୍ରଥମ ୩ଟି ସ୍ଥାନରେ ଅଛନ୍ତି ଚାଦ୍, ଇରାକ୍ ଓ ପାକିସ୍ତାନ ।

Leave A Reply

Your email address will not be published.

7 + 18 =