ପ୍ରତିବର୍ଷ ଜୁଲାଇ ୧୧ତାରିଖରେ ବିଶ୍ୱ ଜନସଂଖ୍ୟା ଦିବସ ପାଳନ କରାଯାଏ । ୧୮୮୯ ମସିହା ଠାରୁ ଏହି ଦିବସ ପାଳନ କରାଯାଉଛି । ଏହି ଦିବସ ପାଳନ କରିବାର ମୁଖ୍ୟ ଉଦେଶ୍ୟ ଲେକମାନଙ୍କୁ ଜନସଂଖ୍ୟା ବୃଦ୍ଧି ଏବଂ ଏହାର ସମସ୍ୟା ସଂପର୍କରେ ଅବଗତ କରିବା । ଜନସଂଖ୍ୟା ବୃଦ୍ଧି ଦ୍ୱାରା ସିଧାସଳଖ ଭାବେ ଦେଶର ସ୍ୱାସ୍ଥ୍ୟ, ଶିକ୍ଷା , ନିଯୁକ୍ତି, ଅର୍ଥନୀତି, ସାମାଜିକ ପ୍ରଗତି , ରାଜନୀତି ଆଦି ବିଭିନ୍ନ କ୍ଷେତ୍ରରେ ପ୍ରତ୍ୟେକ୍ଷ ସମ୍ପର୍କ ରହିଛି । ତେବେ ଆଇନ ଶୃଙ୍ଖଳା କ୍ଷେତ୍ରରେ ସବୁବେଳେ ଜନସଂଖ୍ୟା ବୃଦ୍ଧି ହିଁ ସମସ୍ୟା ଭାବେ ଦେଖଦେଇ ଥାଏ । ଆମ ଦେଶ ସ୍ୱାଧିନ ହେବା ବେଳକୁ ଆମ ଦେଶର ଲୋକସଂଖ୍ୟା ୩୩ କୋଟି ପାଖାପାଖି ଥିଲା । କିନ୍ତୁ ଗତ ୭୦ ବର୍ଷ ମଧ୍ୟରେ ଏହି ସଂଖ୍ୟା ବୃଦ୍ଧି ପାଇ ୧୩୩ ହୋଇଛି । ସିଧାସଳଖ ଭାବେ ଏହା ଦର୍ଶାଉଛି ଯେ ୭୦ ବର୍ଷ ଭିତରେ ଜନସଂଖ୍ୟା ୧୦୦କୋଟି ବଢିଛି । ଶହେ କୋଟି ଜନସଂଖ୍ୟା ବଢିବା ଫଳରେ ଦେଶର ବିଭିନ୍ନ କ୍ଷେତ୍ରରେ ପ୍ରଗତି ହାସଲ ହୋଇଛି । ତା ସହିତ ବିଭିନ୍ନ ସମସ୍ୟା ମଧ୍ୟ ବଢୁଛି । ଜନସଂଖ୍ୟା ବୃଦ୍ଧି ଯୋଗୁ ସବୁଠୁ ବଡ ସମସ୍ୟା କର୍ମ ନିଯୁକ୍ତି ଏବଂ ରୋଜଗାର କ୍ଷେତ୍ର ଉପରେ ପଡିଛି । ବର୍ଷକୁ ବର୍ଷ ବେରୋଜଗାର ସଂଖ୍ୟା ବଢିବାରେ ଲାଗିଛି । ୧୯୪୧ ମସିହା ଜନଗଣନା ଅନୁସାରେ ଭାରତର ଲୋକସଂଖ୍ୟା ୩୧ କୋଟି ୮୬ଲକ୍ଷ ଥିଲା । ୨୦୦୧ ଜନଗଣନାରେ ଏହା ୧୦୨ କୋଟିରେ ପହଂଚିଥିଲା । ୨୦୧୧ ଜନଗଣନାରେ ୧୨୧ କୋଟି ଲୋକସଂଖ୍ୟା ହୋଇଥିଲା ।
୨୦୨୧ ଜନଗଣନାରେ ଏହା ୧୩୫ କୋଟିକୁ ଅତିକ୍ରମ କରିବ ବୋଲି ଅନୁମାନ କରାଯାଏ । ଏହି ଜନସଂଖ୍ୟା ବୃଦ୍ଧି ଯୋଗୁ ସବୁଠାରୁ ବଡ ସମସ୍ୟା ଭାବେ ସ୍ୱାସ୍ଥ୍ୟ କର୍ମ ନିଯୁକ୍ତି ଏବଂ ଶିକ୍ଷା ସମସ୍ୟା ଦେଖାଦେଇଥାଏ । ପରିବାରର ଆକାର ଛୋଟ କରିବା ପାଇଁ ବିଭିନ୍ନ ପ୍ରକାରର ସୂଚନା ଦିଆଯିବା ସହ ଶିକ୍ଷା ମଧ୍ୟ ଦିଆଯାଇଥାଏ । ଜନସଂଖ୍ୟା ନିୟନ୍ତ୍ରଣ କରିବା ପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ବିଭିନ୍ନ ପ୍ରକାରର ପରିବାର ନିୟୋଜନ କାର୍ଯ୍ୟକ୍ରମ ସହିତ ଶିଶୁ ମୃତ୍ୟୁହାର ଓ ମାତୃ ମୃତ୍ୟୁହାର କମେଇବା ପାଇଁ ପଦକ୍ଷେପ ନିଆଯାଉଛି । ଗର୍ଭ ଅବସ୍ଥାରୁ ଟିକାକରଣ ମାଧ୍ୟମରେ ମା ଓ ଶିଶୁର ଯତ୍ନ ନେବେ । ଆନୁଷ୍ଠାନିକ ପ୍ରସବ ମାଧ୍ୟମରେ ଶିଶୁମାନଙ୍କୁ ମୃତ୍ୟୁ ମୂଖରୁ ବଂଚାଇବା ଅଙ୍ଗନୱାଡି କେନ୍ଦ୍ର ମାଧ୍ୟମରେ ମା ଓ ଶିଶୁ ମାନଙ୍କ ପାଇଁ ପୃଷ୍ଟିକର ଖାଦ୍ୟ ଯୋଗାଇବା ଆଦି ବିଭିନ୍ନ କାର୍ଯ୍ୟକ୍ରମ କେନ୍ଦ୍ର ଓ ରାଜ୍ୟ ସରକାର ଗ୍ରହଣ କରୁଛନ୍ତି । ଏହିସବୁ କାର୍ଯ୍ୟକ୍ରମ ମାଧ୍ୟମରେ କିଛି ବର୍ଷପାଇଁ ଜନସଂଖ୍ୟା ସ୍ଥିର ରଖିବାର ଉଦ୍ୟମ କରାଯାଉଛି । ଜନସଂଖ୍ୟା ସ୍ଥିର ରହିଲେ ଦେଶର ଅନେକ ସମସ୍ୟା ଆପେ ଆପେ ସମାଧାନ ହୋଇଯିବ । ତେଣୁ ଦମ୍ପତି ନିଜ ପରିବାରକୁ ଦୁଇଟି ସନ୍ତାନ ମଧ୍ୟରେ ସିମିତ ରଖିବାକୁ ଉଦ୍ୟମ କରିବା ଉଚିତ ।