ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ : କାର୍ଯ୍ୟନିର୍ବାହୀ ପରିଷଦର ଅଧ୍ୟକ୍ଷ ହେଲେ କେନ୍ଦ୍ରସ୍ୱାସ୍ଥ୍ୟ ମନ୍ତ୍ରୀ ଡ.ହର୍ଷବର୍ଦ୍ଧନ

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷ ବର୍ଦ୍ଧନ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO)ର କାର୍ଯ୍ୟନିର୍ବାହୀ ପରିଷଦର ଅଧ୍ୟକ୍ଷ ଭାବରେ ନିର୍ବାଚିତ ହୋଇଛନ୍ତି । ମେ ୨୨ ରେ ହର୍ଷବର୍ଦ୍ଧନ ଏହି ୩୪ ସଦସ୍ୟ ବିଶିଷ୍ଟ ଦାୟିତ୍ୱ ଗ୍ରହଣ କରିବାକୁ ଯାଉଛନ୍ତି। ଜାପାନର ଡାକ୍ତର ହିରୋକି ନାକାଟାନୀଙ୍କ ସ୍ଥାନରେ ଡାକ୍ତର ହର୍ଷ ବର୍ଦ୍ଧନ ଦାୟିତ୍ୱ ଗ୍ରହଣ କରିବେ | ୧୯୪ଟି ଦେଶର ସଦସ୍ୟତା ଥିବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନରେ ହର୍ଷବର୍ଦ୍ଧନ ମଙ୍ଗଳବାର ଦିନ ଭାରତରୁ ନିର୍ବାଚିତ ହୋଇଛନ୍ତି। ‘ହୁ’ର ଦକ୍ଷିଣ ପୂର୍ବ ଏସିଆ ସମୂହ ଗତ ବର୍ଷ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନେଇଥିଲା ଯେ ଭାରତ ତିନି ବର୍ଷ ପାଇଁ କାର୍ଯ୍ୟନିର୍ବାହୀ ବୋର୍ଡକୁ ନିର୍ବାଚିତ ହେବ।

Leave A Reply

Your email address will not be published.

fifteen − thirteen =