ଦରଭଙ୍ଗା: କଡାଶୁରକ୍ଷା ଏବଂ କୋଭିଡ-୧୯ ନିୟମ ଅନୁଯାୟ ବିହାରରେ ଆଜି ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ଲାଗି ଭୋଟ ଗ୍ରହଣ ଶେଷ ହୋଇଛି । ନିର୍ବାଚନ କମିଶନଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ପ୍ରଥମ ପର୍ଯ୍ୟାୟରେ ୬୨ ପ୍ରତିଶତ ମତାଦାତା ମତସାବ୍ୟସ୍ତ କରିଛିନ୍ତି । ଭୋଟ ଗ୍ରାହଣ ଶାନ୍ତି ଶୁଙ୍ଖଳାରେ ଶେଷ ହୋଇଥିବା ବେଳେ କୌଣସି ବଡ଼ଧରଣ ହିଂସକାଣ୍ଡ ଘଟିଥିବା ରିପୋଟ ମଳିନାହିଁ । ରାଜ୍ୟର ୧୬ଟି ଜିଲ୍ଲାର ୭୧ଟି ନିର୍ବାଚନମଣ୍ଡଳୀରେ ଆଜି ମତଦାନ ଅନୁଷ୍ଠିତ ହେଉଛି । ଆଜିର ନିର୍ବାଚନରେ ୨ କୋଟି ୧୪ ଲକ୍ଷରୁ ଅଧିକ ଭୋଟର ୧ ହଜାର ୬୬ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ସ୍ଥିର କରୁଛନ୍ତି । ଏହି ପର୍ଯ୍ୟାୟରେ ଆଠ ଜଣ କ୍ୟାବିନେଟ ମନ୍ତ୍ରୀ ପ୍ରେମ କୁମାର, ରାମ ନାୟାୟଣ ମଣ୍ଡଳ, ଜୟ କୁମାର ସିଂହ, କୃଷ୍ଣ ନନ୍ଦନ ବର୍ମା, ଶୈଳେଶ କୁମାର, ସନ୍ତୋଷ କୁମାର ନିରାଲା, ବିଜୟ କୁମାର ସିହ୍ନା ଏବଂ ବ୍ରିଜ କିଶୋର ବିନ୍ଦଙ୍କ ରାଜନୈତିକ ଭାଗ୍ୟ ନିର୍ଦ୍ଧାରଣ ହେବ । ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନ୍ ରାମ ମାନଝି ଇମାମଗଂଜ ନିର୍ବାଚନ ମଣ୍ଡଳୀରୁ ଏନଡିଏ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦିତା କରୁଛନ୍ତି । ଆରଜେଡି ପୂର୍ବତନ ବାଚସ୍ପତି ଉଦୟ ନାରାୟଣ ଚୌଧୁରୀଙ୍କୁ ଶ୍ରୀ ମାନଝିଙ୍କ ବିରୁଦ୍ଧରେ ଛିଡ଼ା କରାଇଛି । ଅନ୍ୟପକ୍ଷରେ ୨ୟ ଓ ୩ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଅଭିଯାନ ସରଗରମ୍ ହୋଇ ଉଠିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପ୍ରଚାର ଅଭିଯାନରେ ସାମିଲ ହୋଇଛନ୍ତି । ଦରଭଙ୍ଗାରେ ଆୟୋଜିତ ନିର୍ବାଚନ ସଭାରେ ସେ ପରୋକ୍ଷରେ ଆରଜେଡି ଓ କଂଗ୍ରେସ ଉପରେ ବର୍ଷିଛନ୍ତି । ସେ କହିଛନ୍ତି, ଯେଉଁମାନଙ୍କର ଶିକ୍ଷା ହେଉଛି ସମାଜକୁ ଭାଗ ଭାଗ କରି ଶାସନ କରିବା, ଯେଉଁମାନଙ୍କର ତାଲିମ ହେଉଛି କମିଶନ ରୋଜଗାର କରିବା ପାଇଁ, ସେମାନେ ବିହାରର ସ୍ୱାର୍ଥ ନେଇ କଦାପି ଚିନ୍ତା କରିପାରିବେ ନାହିଁ । ବିହାରର ଲୋକମାନେ ଏହା କରିବାକୁ ସଂକଳ୍ପବଦ୍ଧ-ସେମାନେ ପୁନର୍ବାର ବିହାରରେ ଜଙ୍ଗଲ ରାଜ ଆଣିଥିବା ଲୋକଙ୍କୁ ପରାସ୍ତ କରିବେ । ବିହାରର ଲୋକମାନେ ଏହି ପ୍ରତିଭାଶାଳୀ ରାଜ୍ୟର ଯୁବକମାନଙ୍କୁ ଧୋକା ଦେଇଥିବା ଲୋକମାନଙ୍କୁ ହରାଇବାକୁ ସ୍ଥିର କରିଛନ୍ତି ବୋଲି ଶ୍ରୀ ମୋଦୀ କହିଛନ୍ତି । ଦରଭଙ୍ଗା ସମେତ ମିଥିଳାଂଚଳର ଏକ ବଡ଼ ଅଂଶରେ ଆପଣ ପରବର୍ତୀ ପର୍ଯ୍ୟାୟରେ ଭୋଟ୍ ଦେବେ । ରାଜ୍ୟର ଅନ୍ୟ ଅଂଚଳର ଲୋକମାନେ କରିଥିବା ଶପଥକୁ ନେଇ ମଧ୍ୟ ଆପଣାମାନଙ୍କୁ ଯତ୍ନବାନ ହେବାକୁ ପଡ଼ିବ । ବିହାରର ଭବିଷ୍ୟତ ପାଇଁ, ଆତ୍ମନିର୍ଭାଶୀଳ ବିହାର ଗଠନ ପାଇଁ ଏହି ଶପଥ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।