ମୁମ୍ବାଇ: ଆଇନ ଅନୁଯାୟୀ ବେଶ୍ୟାବୃତି ଏକ ଦଣ୍ଡନୀୟ ଅପରାଧ ନୁହେଁ ଏବଂ ପ୍ରାପ୍ତବୟସ୍କ ମହିଳାମାନେ ସେମାନଙ୍କ ପେଶା ପସନ୍ଦ କରିବାର ଅଧିକାର ରହିଛି ବୋଲି ଗୁରୁବାର ବମ୍ବେ ହାଇକୋର୍ଟ ରାୟ ଶୁଣାଇଛନ୍ତି । ଏଥି ସହିତ ବର୍ଷେ ହେଲା ମୁମ୍ବାଇ ଏକ ସୁଧାର ଗୃହରେ ଅଟକ ଥିବା ତିିନି ଜଣ ଯୌନର୍କୀଙ୍କୁ ପ୍ରଶାସନ ତୁରନ୍ତ ଛାଡ଼ିଦେବା ପାଇଁ ଅଦାଲତ ନିଦେ୍ର୍ଧଶ କରିଛନ୍ତି । ଜଷ୍ଟିସ ପୃଥ୍ୱୀରାଜ ଚବନଙ୍କ ନେତୁତ୍ୱରେ ପରିଚାଳତି ଖଣ୍ଡପୀଠ ଏ ସଂକ୍ରାନ୍ତ ମାମଲାର ବିଚାର କରି ଅନୈତିକ କାରବାର ନିବାରଣ ୧୯୫୬ ଅନୁଯାୟୀ ବେଶ୍ୟାବୃତି ଆପଣା ଛାଏଁ ଏକ ଅପରାଧ ହୋଇନଥିବାରୁ ଏହା କୌଣସି ଦଣ୍ଡକୁ ସ୍ୱାଗତ କରୁନାହିଁ । ତେବେ ସାର୍ବଜନୀନ ସ୍ଥାନରେ ବେଶ୍ୟାବୃତି କିମ୍ବା କାହାକୁ ପ୍ରଲୋଭିତ କରି ଯୌନଶୋଷଣ କରିବା କିମ୍ବା ବ୍ୟାବସାୟିକ ମନୋବୃତି ରଖି କାହାକୁ ଏପରି କରିବା ହିଁ ଦଣ୍ଡନୀୟ ଅପରାଧ ବୋଲି ଏହି ଆଇନରେ ଉଲ୍ଲେଖ ରହିଥିବା ଖଣ୍ଡପୀଠ କହିଛନ୍ତି । ମାମଲାର ବିବରଣୀ ଅନୁଯାୟୀ, ଗତବର୍ଷ ସେପ୍ଟେମ୍ବର ମାସରେ ମୁମ୍ବାଇ ମଲାଡ଼ରେ ପୋଲିସ ଏକ ଅତିଥିଶାଳୀ ଚଢ଼ଉ କରି ୨୦ରୁ ୩୦ ବର୍ଷ ବୟସ ତିନି ଜଣ ମହିଳାଙ୍କୁ ଉଦ୍ଧାର କରିଥିଲା । ଏଥି ସହିତ ସେମାନଙ୍କ ଦଲାଲକୁ ଅନୈତିକ କାରବାର ନିବାରଣ ଆଇନ ବଳରେ ଗିରଫ କରିବା ସହ ସଂପୃକ୍ତ ମହିଳା ତ୍ରୟଙ୍କୁ ପୀଡ଼ିତା ଭାବେ ଗ୍ରହଣ କରି ଏକ ସୁଧାର ଗୃହକୁ ପଠାଇ ଦେଇଥିଲା । ପରେ ଏହି ମହିଳାମାନଙ୍କ ମାଆ ଓ ଅଭିଭାବକମାନେ ସେମାନଙ୍କୁ ନିଜ ହେପାଜତକୁ ନେବା ଲାଗି ସ୍ଥାନୀୟ ମାଜଭାଓଁ ସ୍ଥିତି ମେଟ୍ରୋପଲିଟାନ୍, ମାଜିଷ୍ଟେ୍ର ସେମାନଙ୍କୁ ମନା କରିଦେବାରୁ ସେମାନେ ହାଇକୋର୍ଟ ଆଶ୍ରୟ ନେଇଥିଲେ । ମାଜିଂଷ୍ଟେ୍ର ଆଦେଶକୁ ଜଷ୍ଟିସ ଚବନଙ୍କ ଖଣ୍ଡବୀଠ ଖାରଳ କରିଦେବା । ସହ ସଂପୃକ୍ତ ମହିଳାମାନେ ରହିଛି ବୋଲି କହିଛନ୍ତି । ସେମାନଙ୍କୁ ଏବାରି ଅଟକ ରଖିବାର ଅଧିକାର ଆଇନ ଦେଉନାହିଁ ବୋଲି ଖଣ୍ଡପୀଠ ରାୟ ଶୁଣାଇଛନ୍ତି ।