ବ୍ୟବହୃତ ମାସ୍କକୁ ପୁଣି ବ୍ୟବହାର ଯୋଗ୍ୟ: ‘ଚକର ଦେ କୋଭ’

ନୂଆଦିଲ୍ଲୀ- କରୋନା ପାଇଁ ମାସ୍କ ବ୍ୟବହାର ବାଧ୍ୟତାମୂଳକ କରାଯାଇଛି । ପାରିବାରିକ ଖର୍ଚ୍ଚ ସହ ମାସ୍କ କିଣା ଖର୍ଚ୍ଚ ମଧ୍ୟ ମିଶିଯାଇଛି । ଏଥିସହ କିଛି ମାସ୍କ ପରିବେଶ ଉପଯୋଗୀ ମଧ୍ୟ ନୁହେଁ । ତେଣୁ ସମସ୍ତଙ୍କୁ ଏନ-୯୫ ମାସ୍କ ବ୍ୟବହାର କରିବାକୁ କୁହାଯାଉଛି । ହେଲେ ଏହି ମାସ୍କ ବଜାର ଦର ୭୦ ରୁ ୮୦ ଟଙ୍କାରୁ କମରେ ମଳୁନାହିଁ । ତେଣୁ ଲୋକଙ୍କୁ ଅଯଥା ଖର୍ଚ୍ଚରୁ ମୁକ୍ତି ଦେବାକୁ ନୂଆ ମେସିନ ସମ୍ନାକୁ ଆସିଛି । ଏନ-୯୫ ମାସ୍କକୁ ପୁନର୍ବାର ବ୍ୟବହାର ଯୋଗ୍ୟ କରାଇବା ପାଇଁ ଦିଲ୍ଲୀ ଆଇଆଇଟି ଏକ ମେସିନ ଉତ୍ଭାବନ କରିଛି । ଏହା ବାୟୋ ମେଡିକାଲର ବଜ୍ୟବସ୍ତୁକୁ ସଂକ୍ରମିଣ ମୁକ୍ତ କରିବା ସହ ଏମ-୯୫ ମାସ୍କକୁ ମଧ୍ୟ ସଂକ୍ରମଣ ମୁକ୍ତ କରିବାର କ୍ଷମତା ରଖିଛି । ତେବେ ଗୋଟିଏ ମାସ୍କକୁ ୧୦ଥର ପର୍ଯ୍ୟନ୍ତ ବ୍ୟବହାର ଯୋଗ୍ୟ କରାଇପାରିବ ଏହି ମେସିନ । ଏହାର ନାମ ‘ଚକର ଦେ କୋଭ’ ରଖାଯାଇଛି । ଏହାକୁ ଆଇସିଏମଆର ମଧ୍ୟ ଗ୍ରୀନ ସିଗ୍ନାଲ ଦେଇଛି । ତେବେ ଅନୁଷ୍ଠାନ ପକ୍ଷରୁ କୁହାଯାଇଛି ଯେ ଏହି ଯନ୍ତ୍ରଟି ଓଜୋନ ଗ୍ୟାସ ଦ୍ୱାରା ଜୀବାଣୁ ମୁକ୍ତ କରିବା ଏହା ମାସ୍କରୁ ପ୍ରାୟ ୯୯.୯୯ପ୍ରତିଶତ ଜୀବାଣୁ ଓ ଭାଇରସକୁ ମାରିପାରିବାର କ୍ଷମତା ରଖିଛି । ଏହା ଗୋଟିଏ ମାସ୍କ ବ୍ୟବହାର ଯୋଗ୍ୟ କରିବା ପାଇଁ ୯୦ ମିନିଟ୍ ସମୟ ନେବ । ଏହା ସହ ମେସିନ ଦ୍ୱାରା ମାସ୍କକୁ ସଂକ୍ରମଣ ମୁକ୍ତ କରି ଏହାକୁ ୧୦ ଥର ବ୍ୟବହାର ଉପଯୋଗୀ କରିପାରିବ ।

Leave A Reply

Your email address will not be published.

20 − 15 =