ଭାରତରେ ଗୋଟିଏ ଦିନରେ ସଂକ୍ରମଣ ସଂଖ୍ୟା ୮,୩୮୦

ନୂଆଦିଲ୍ଲୀ,୩୧ ।୦୫(ଏଜେନ୍ସି): ମେ’ ୩୧ ତାରିଖ ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୧୮୨୧୪୩ ଜଣ କରୋନା ଭାଇରସ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୮୬୯୮୩ ଜଣ ସୁସ୍ଥ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣେ ଦେଶାନ୍ତର ଯାତ୍ରା କରିଛନ୍ତି । ବାକି ୫୧୬୪ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ।
ମୃତବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ଆନ୍ଧ୍ରପ୍ରଦେଶରେ ୬୦ ଜଣ, ଆସାମ ୪, ବିହାର ୨୦, ଚଣ୍ଡିଗଡ଼ ୪, ଛତିଶଗଡ଼ ୧, ଦିଲ୍ଲୀ ୪୧୬, ଗୁଜରାଟ ୧୦୦୭, ହରିୟାଣା ୨୦, ହିମାଚଳ ପ୍ରଦେଶ ୫, ଜମ୍ମୁ ଓ କାଶ୍ମୀର ୨୮, ଝାଡ଼ଖଣ୍ଡ ୫, କର୍ଣ୍ଣାଟକ ୪୮, କେରଳ ୯ ଜଣ, ମଧ୍ୟପ୍ରଦେଶ ୩୪୩, ମହାରାଷ୍ଟ୍ର ୨୧୯୭, ମେଘାଳୟ ୧, ଓଡ଼ିଶାରେ ୭, ପଞ୍ଜାବ ୪୪, ରାଜସ୍ଥାନ ୧୯୩, ତାମିଲନାଡ଼ୁ ୧୬୦, ତେଲେଙ୍ଗାନା ୭୭, ଉତରାଖଣ୍ଡ ୫, ଉତରପ୍ରଦେଶ ୨୦୧ ଏବଂ ପଶ୍ଚିମବଙ୍ଗରେ ୩୦୯ ଜଣ ।
ସ୍ୱାସ୍ଥ୍ୟମନ୍ତ୍ରାଳୟରୁ ପ୍ରାପ୍ତ ତଥ୍ୟ ଅନୁସାରେ ଆକ୍ରାନ୍ତଙ୍କ ସଂଖ୍ୟା- ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ (୩୩), ଆନ୍ଧ୍ରପ୍ରଦେଶ (୩୫୬୯), ଅରୁଣାଚଳ ପ୍ରଦେଶ (୪), ଆସାମ (୧୧୮୫), ବିହାର (୩୬୩୬), ଚଣ୍ଡିଗଡ଼ (୨୮୯), ଛତିଶଗଡ଼ (୪୪୭), ଦାଦର ନଗର ହାୱେଲି (୨), ଦିଲ୍ଲୀ (୧୮୫୪୯), ଗୋଆ (୭୦), ଗୁଜରାଟ (୧୬୩୪୩), ହରିୟାଣା (୧୯୨୩), ହିମାଚଳ ପ୍ରଦେଶ (୩୧୩), ଜମ୍ମୁ ଓ କାଶ୍ମୀର (୨୩୪୧), ଝାଡ଼ଖଣ୍ଡ (୫୬୩), କର୍ଣ୍ଣାଟକ (୨୯୨୨), କେରଳ (୧୨୦୮), ଲଦାଖ (୭୪), ମଧ୍ୟପ୍ରଦେଶ (୭୮୯୧), ମହାରାଷ୍ଟ୍ର (୬୫୧୬୮), ମଣିପୁର (୬୨), ମେଘାଳୟ (୨୭), ମିଜୋରାମ (୧), ନାଗାଲାଣ୍ଡ (୩୬), ଓଡ଼ିଶା (୧୮୧୯), ପୁଡୁଚେରୀ (୫୧), ପଞ୍ଜାବ (୨୨୩୩), ରାଜସ୍ଥାନ (୮୬୧୭), ସିକିମ୍ (୧), ତାମିଲନାଡ଼ୁ (୨୧୧୮୪), ତେଲେଙ୍ଗାନା (୨୪୯୯), ତ୍ରିପୁରା (୨୬୮), ଉତରାଖଣ୍ଡ (୭୪୯), ଉତରପ୍ରଦେଶ (୭୪୪୫) ଓ ପଶ୍ଚିମବଙ୍ଗ (୫୧୩୦) ।

Leave A Reply

Your email address will not be published.

thirteen + 20 =