ଭାରତରେ ତିଆରି ହେବ ସ୍ପୁଟନିକ ଟିକା

ନୂଆଦିଲ୍ଲୀ: ଭାରତରେ ରୁଷର କୋଭିଡ୍ ଟିକା ସ୍ପୁଟନିକ ଭି’ର ୧୦ କୋଟି ମାତ୍ରା ତିଆରି ହେବ ବୋଲି ରୁଷ୍ କର୍ତୃପକ୍ଷ ଆଜି ଘୋଷଣା କରିଛନ୍ତି । ଭାରତର ଅଗ୍ରଣୀ ଫାର୍ମାସୁ୍ୟଟିକାଲ କମ୍ପାନି ‘ହେଟେରୋ’ ପ୍ରଥମ ପର୍ଯ୍ୟାୟରେ ଏହି ଟିକାର ୧୦ କୋଟି ମାତ୍ରା ପ୍ରସ୍ତୁତ କରିବ ବୋଲି ରୁଷ୍ ଡାଇରେକ୍ଟ ଇନ୍ଭେଷ୍ଟମେଂଟ ଫଣ୍ଡ (ଆର୍ଡିଆଇଏଫ) ପକ୍ଷରୁ କୁହାଯାଇଛି । ୨୦୨୧ ପ୍ରାରମ୍ଭରେ ହିଁ ଭାରତରେ ଟିକା ତିଆରି ଆରମ୍ଭ ହୋଇଯିବ ବୋଲି ଜଣାପଡିଛି । ଏହି ଟିକା ୯୫ ପ୍ରତିଶତ ଫଳପ୍ରଦ ବୋଲି ରୁଷ୍ ଦାବି କରିଛି ଏବଂ ସମସ୍ତ ପର୍ଯ୍ୟାୟ ପରୀକ୍ଷଣରେ ଏହା ନିରାପଦ ସାବ୍ୟସ୍ତ ହୋଇଛନ୍ତି ।
ଅନ୍ୟପକ୍ଷରେ ଚୀନ୍ ନ୍ୟାସନାଲ ବାୟୋଟେକ୍ ଗ୍ରୁପ୍ ସିନୋଫାର୍ମ’ ଦ୍ୱାରା ପ୍ରସ୍ତୁତ କୋଭିଡ୍ ଟିକା ବଜାରରେ ଖୁବଶୀଘ୍ର ଉପଲବ୍ଧ ହେବାକୁ ଯାଉଥିବା ବେଳେ ଏହି ଟିକାର ବ୍ୟାପକ କଳାବଜାର ହେବ ବୋଲି ଆଶଙ୍କା ପ୍ରକାଶ ପାଇଛି । ହଜାର ହଜାର ନାଗରିକ ବିଭିନ୍ନ ଫାର୍ମାସୀ ସହ ଯୋଗାଯୋଗ କରି ଆଗୁଆ ଟିକା ପାଇବା ପାଇଁ ପ୍ରୟାସ କରୁଛନ୍ତି ।

Leave A Reply

Your email address will not be published.

fifteen + ten =