ନୂଆଦିଲ୍ଲୀ : ପ୍ରିମିୟମ୍ ସ୍ମାର୍ଟଫୋନ୍ କମ୍ପାନୀ ଆପଲ ଭାରତରେ iPhone 11 ମଡେଲ୍ ମ୍ୟାନୁଫେକ୍ଟରିଂ ଆରମ୍ଭ କରିଦେଇଛି । ଚେନ୍ନାଇ ସ୍ଥିତ Foxconn ପ୍ଲାଂଟରେ ଏହି ମଡେଲ୍ ତିଆରି ଚାଲିଛି । କେନ୍ଦ୍ର ବାଣିଜ୍ୟମନ୍ତ୍ରୀ ପିୟୁଷ ଗୋୟଲ୍ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି । ତେବେ ଭାରତରେ iPhone 11 ତିଆରି ହେଲେ ଏଥିରେ ଖର୍ଚ୍ଚ କମ୍ ହେବ । ତା ସହିତ ସରକାରଙ୍କୁ କମ୍ପାନୀ ଦେଉଥିବା ୨୨ ପ୍ରତିଶତ ଆମଦାନୀ ଶୁକ୍ଳକୁ ସଂଚୟ ହୋଇପାରିବ । ଫଳରେ ଆଗାମୀ ସମୟରେ ଭାରତୀୟ ବଜାରରେ iPhone 11 ମୂଲ୍ୟ କମ୍ ରହିବ ବୋଲି କୁହାଯାଇଛି । ଏହା ପୂର୍ବରୁ କମ୍ପାନୀ ଆଇଫୋନ୍ ଏକ୍ସଆର ମଡେଲକୁ ଭାରତରେ ଆସମ୍ବଲ କାମ କରିଥିଲା । ଏହାର ୯ମାସ ପରେ ଏବେ ଆପଲ iPhone 11 ମଡେଲକୁ ଭାରତରେ ମ୍ୟାନୁଫେକ୍ଟରିଂ କରିବା ଆରମ୍ଭ କରିଦେଇଛି । ଭାରତରେ Foxconn, Wistron ଓ Pegatron ଭଳି କମ୍ପାନୀ ଆପଲ୍ ମୋବାଇଲ କମ୍ପାନୀର ସପ୍ଲାୟର୍ସ ଭାବେ କାର୍ଯ୍ୟ କରୁଛନ୍ତି । ଏହି କମ୍ପାନୀଗୁଡିକ ଆଇଫୋନ୍ ମଡେଲ୍ କୁ ସପ୍ଲାଏ କରିଥାନ୍ତି । ଏବେ ଫୋନ୍ ତିଆରି କରିବା ପାଇଁ କମ୍ପାନୀଗୁଡିକ ଭାରତରେ ପୁଞ୍ଜି ନିବେଶ ମଧ୍ୟ କରିବାକୁ ଇଚ୍ଛା ରଖିଛନ୍ତି । କମ୍ପାନୀଗୁଡିକ ମଧ୍ୟରୁ Foxconn ଭାରତରେ ଏକ ମିଲିୟନ ଡଲାର ନିବେଶ କରିବା ନେଇ ଘୋଷଣା କରିଛି । ଏହାପରେ Pegatron ମଧ୍ୟ ଭାରତରେ ପୁଞ୍ଜି ନିବେଶ କରିବା ପାଇଁ ଇଚ୍ଛା ପ୍ରକାଶ କରିଛି ।