ଭାରତରେ ହେବ ୨୦୨୩ରେ ‘ଜି ୨୦ ଶିଖର ସମ୍ମିଳନୀ’

ନୂଆଦିଲ୍ଲୀ: ପୂର୍ବ ନିର୍ଦ୍ଧାରିତ ସମୟର ବର୍ଷକ ପରେ ଅର୍ଥାତ୍ ୨୦୨୩ ଭାରାତ ‘ଜି ୨୦ ଶିଖର ସମ୍ମିଳନୀ’ ଆୟୋଜନ କରିବ ବୋଲି ରବିବାର ଦିନ ‘ଜି ୨୦’ ନେତାମାନେ ଘୋଷଣା କରିଛନ୍ତି । ‘ଜି ୨୦’ର ଓସାକା ଘୋଷଣାନାମା ଅନୁସାରେ, ୨୦୨୨ରେ ଭାରତ ଏହି ଶିଖର ସମ୍ମିଳନୀ ଆୟୋଜନ କରିବା କଥା ଉକ୍ତ ଘୋଷଣାନାମାରେ ଉଲ୍ଲେକ ଥିଲା ଯେ, ୨୦୨୦ରେ ସାଉଦି ଆରବ, ୨୦୨୧ରେ ଇଟାଲି ଏବଂ ୨୦୨୨ରେ ଭାରତରେ ଆମେ ଏକତ୍ର ହେବାକୁ ସ୍ଥିର କରିଛନ୍ତି । ‘ଜି ୨୦ ରିୟାଦ୍ ଶିଖର ସମ୍ମିଳନୀ ନେତାଙ୍କ ଘୋଷଣା ନାମାରେ କୁହାଯାଇଛି, ସଫଳ ରିୟାଦ୍ ଶିଖର ସମ୍ମିଳନୀ ଆୟୋଜନ କରିଥିବାରୁ ଏବଂ ‘ଜି୨୦’ର ପ୍ରକ୍ରିୟା ନିମନ୍ତେ ଅବଦାନ ଦେଇଥିବାରୁ ଆମେ ସାଉଦି ଆରବକୁ ଧନ୍ୟବାଦ ଦେଉଛୁ । ୨୦୨୧ରେ ଇଟାଲି, ୨୦୨୩ରେ ଭାରତ, ଏବଂ ୨୦୨୪ରେ ବ୍ରାଜିଲରେ ପୁଣି ଥରେ ଏହି ସମ୍ମିଳନୀରେ ଏକତ୍ର ହେବାକୁ ଆମେ ଚାହିଁ ରହିଲୁ । ୨୦୨୩ରେ ଭାରତ ଶିଖର ସମ୍ମିଳନୀ ଆୟୋଜନ କରିବା କଥା ଆଲୋଚନା ଏବଂ ପାରସ୍ପରିକ ସୁବିଧାକୁ ଭିତିକରି ସଦସ୍ୟ ରାଷ୍ଟ୍ରର ନେତାମାନେ ଏହା ସ୍ଥିର କରିଛନ୍ତି । ଇଟାଲି ଏବଂ ଇଣ୍ଡୋନେସିଆ ଏହି ସମ୍ମିଳନୀ ଆୟୋଜନ କରି ସାରିବା ପରେ ଭାରତ ‘ଜି୨୦’ ଆଜେଣ୍ଡାକୁ ଆଗେଇ ନେବ ।

Leave A Reply

Your email address will not be published.

4 × 1 =