ଭାରତୀୟ ବଂଶୋଭବ ଆରୋରା ଆକାଂକ୍ଷା ଜାତିସଂଘ ମହାସଚିବ ପଦ ପାଇଁ ପ୍ରାର୍ଥୀ

ଭାରତୀୟ ବଂଶୋଦ୍ଭବ ଆରୋରା ଆକାଂକ୍ଷା ଜାତିସଂଘର ପରବର୍ତୀ ମହାସଚିବ ପଦ ପାଇଁ ତାଙ୍କ ପ୍ରାର୍ଥିତ୍ୱ ଘୋଷଣା କରିଛନ୍ତି । ଜାତିସଂଘ ଉନ୍ନୟନ କାର୍ଯ୍ୟକ୍ରମ (ୟୁଏନ୍ଡିପି)ର ଅଡିଟ୍ କୋଅର୍ଡିନେଟର୍ ପଦରେ ରହିଥିବା ଆକାଂକ୍ଷା ବର୍ତମାନର ଜାତିସଂଘ ମହାସଚିବ ଏଂଟୋନିଓ ଗୁଟେରେସ୍ଙ୍କ ବିପକ୍ଷରେ ପ୍ରାର୍ଥୀ ହେବେ । ଏଂଟୋନିଓ ଆଉ ୫ ବର୍ଷ ତାଙ୍କ ପଦରେ ରହିବା ପାଇଁ ପୁଣି ଥରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବେଳେ ତାଙ୍କୁ ଆକାଂକ୍ଷା ଚ୍ୟାଲେଂଜ କରିବେ । ନୂଆ ମହାସଚିବଙ୍କ କାର୍ଯ୍ୟକାଳ ଜାନୁଆରି ୨୦୨୨ରୁ ଆରମ୍ଭ ହେବ । ୩୪ ବର୍ଷୀୟା ଆକାଂକ୍ଷା ତାଙ୍କର ପ୍ରଚାର ଅଭିଯାନ ଆରମ୍ଭ କରିଛନ୍ତି । ଜାତିସଂଘ ବିଗତ ୭୫ ବର୍ଷ ମଧ୍ୟରେ ତା’ର ଲକ୍ଷ୍ୟ ପୂରଣରେ ସଫଳ ହୋଇନାହିଁ । ଏବଂ ଏଥିପାଇଁ ଦୃଢ଼ ନେତୃତ୍ୱ ଆବଶ୍ୟକ ବୋଲି ଆକାଂକ୍ଷା କହିଛନ୍ତି ।

Leave A Reply

Your email address will not be published.

one + 1 =