ଭାରତ ବନ୍ଦ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ୩ କୃଷି ଆଇନ୍ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀ ସହ ପେଟ୍ରୋଲ ଓ ଡିଜେଲର ମୁଲ୍ୟବୃଦ୍ଧିକୁ ବିରୋଧ କରି ଆସନ୍ତାକାଲି ଆନ୍ଦୋଳନ ରତ ସଞ୍ଜୁକ୍ତ କିଶାନ ମୋର୍ଚ୍ଚା ଦେଶବ୍ୟାପୀ ୧୨ ଘଂଟିଆ ଭାରତ ବନ୍ଦର ଡାକରା ଦେଇଛି । ଆସନ୍ତାକାଲି ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଦେଶବ୍ୟାପୀ ଭାରତ ବନ୍ଦ ପାଳନ କରାଯିବ । ବନ୍ଦ ବେଳେ ସମଗ୍ର ଦେଶରେ ସଡକ, ରେଳ ପରିବହନ ସହ ଦୋକାନ ବଜାର ବନ୍ଦ ରହିବ ବୋଲି କୁହାଯାଇଛି । ତେବେ ଅତ୍ୟାବଶ୍ୟକୀୟ ସାମଗ୍ରୀ ସେବା ଜାରୀ ରହିବ । କୃଷି ଆଇନ୍କୁ ବିରୋଧକରି ଦିଲ୍ଲୀରେ ଚାଷୀ ଆନ୍ଦୋଳନକୁ ୪ ମାସ ପୂରିବାକୁ ଯାଉଥିବା ବେଳେ ଭାରତ ବନ୍ଦର ଡାକରା ଦେଇଛି । କୃଷକ ନେତା ଦର୍ଶନ ପାଲ କହିଛନ୍ତି କି ଏହି ଆନ୍ଦୋଳନ କୁ ସଫଳ କରିବାକୁ ଆମେ ଦେଶବାସୀଙ୍କୁ ଅନୁରୋଧ କରୁଛୁ । ସେହିପରି କୃଷକ ନେତା ବୁଟାସିଂ ବୁର୍ଜଗିଲ କହିଛନ୍ତି ଯେ, ଆନ୍ଦୋଳନକୁ ୪ ମାସ ପୂରିଲାଣି । ସରକାର ଏ ନେଇ କିଛି ବିଚାର କରୁଥିବା ଭଳି ମନେ ହେଉନାହିଁ । ତେଣୁ ଆମେ ଭାରତ ବନ୍ଦର ଡାକରା ଦେଇଛୁ । ଏହି ଭାରତ ବନ୍ଦ ପାଳନ ବେଳେ ଶାନ୍ତି ବଜାୟ ରଖିବାକୁ ସେ କୃଷକମାନଙ୍କୁ କହିଛନ୍ତି । ଏହାସହ ମାର୍ଚ୍ଚ ୨୮ ତାରିଖ ଦିନ ହୋଲି ଦିବସ ଅବସରରେ କୃଷି ଆଇନ୍ର ପ୍ରତୀକାତ୍ମକ ଛବି ବହନ କରାଯିବ ବୋଲି ସେ କହିଛନ୍ତି । ଭାରତବନ୍ଦକୁୁ କୃଷକ ସଂଗଠନ ସହ ବହୁ ସଂଗଠନ, କଂଗ୍ରେସ, ବାମପନ୍ଥୀ ଦଳ ମାନଙ୍କ ସହ ବହୁ ରାଜନୈତିକ ଦଳ ସମର୍ଥନ ଜଣାଇଛନ୍ତି । ପ୍ରଥମ ଥର ପାଇଁ ଆନ୍ଧ୍ରପ୍ରଦେଶର ଜଗନମୋହନ ରେଡ୍ଡି ସରକାର ଏହି ବନ୍ଦକୁ ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି ।

Leave A Reply

Your email address will not be published.

three × four =