ମନ୍ଦୀପଙ୍କ ପରେ ଆଉ ୫ କରୋନା ପଜିଟିଭ ହକି ଖେଳାଳି ହସ୍ପିଟାଲରେ

ବେଙ୍ଗାଲୁରୁ: ମନ୍ଦୀପ୍ ସିଂହଙ୍କ ପରେ କୋଭିଡ-୧୯ ସଂକ୍ରମିତ ଅନ୍ୟ ୫ ହକି ଖେଳାଳି ପ୍ରାକ୍ସୁରକ୍ଷା ପଦକ୍ଷେପ ସ୍ୱରୂପ ‘ସାଇ’ ସଂଗରୋଧ କେନ୍ଦ୍ରରରୁ ହସ୍ପିଟାଲକୁ ସ୍ଥାନାନ୍ତର ହୋଇଛି । ଏନେଇ ବୁଧବାର ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ) ପକ୍ଷରୁ ସୂଚନା ଦିଆଯାଇଛି । ମନ୍ଦୀପ୍ଙ୍କଠାରୁ ଅସ୍ୱାଭାବିକ ଲକ୍ଷଣ ଦେଖାଦେଇଥିଲେ ମଧ୍ୟ ତାଙ୍କ ରକ୍ତ ଅକ୍ସିଜେନ୍ ସ୍ତର ହ୍ରାସ ପାଉଥିବାରୁ ସୋମବାର ରାତିରେ ସ୍ଥାନୀୟ ଏସ୍ଏସ୍ ସ୍ପର୍ଶ ମଲ୍ଟିସ୍ପେସିଆଲିଟି ହସ୍ପିଟାଲରେ ଭର୍ତି ହୋଇଥିଲେ । ଏହାପରେ ମଙ୍ଗଳବାର ତାଙ୍କର ଅନ୍ୟ ୫ କରୋନା ପଜିଟିଭ ସାଥୀ ମଧ୍ୟ ସେହି ହସ୍ପିଟାଲକୁ ୫ ଖେଳାଳି ହେଲେ ଜାତୀୟ ଦଳର ଅଧିନାୟକ ମନ୍ପ୍ରୀତ୍ ସିଂହ, ଡିଫେଣ୍ଡର ସୁରିନ୍ଦର କୁମାର, ଜସ୍କରନ ସିଂହ, ଡ୍ରାଗ୍ ଫ୍ଲିକର ବରୁଣ କୁମାର ଏବଂ ଗୋଲରକ୍ଷକ କୃଷ୍ଣ ବାହାଦୁର ପାଠକ । ସମ୍ଭାବ୍ୟ ଉନ୍ନତି ଚିକିତ୍ସା ନିମନ୍ତେ ସେମାନଙ୍କୁ ହସ୍ପିଟାଲ ସ୍ଥାନାନ୍ତର କରିବାକୁ ସାଇ ନିଷ୍ପତି ନେଇଥିଲା । ସମସ୍ତ ୬ ଜଣଯାକ ଖେଳାଳି ବେଶ୍ ସୁସ୍ଥ ଅଛନ୍ତି ଏବଂ ଖୁବ୍ ଶୀଘ୍ର ଭଲ ହୋଇଯିବେ ବୋଲି ଜଣାପଡ଼ିଛି ।

Leave A Reply

Your email address will not be published.

three + 2 =