ନୂଆଦିଲ୍ଲୀ- ମୁସଲିମଙ୍କ ପର୍ବ ମହରମ ଶୋଭାଯାତ୍ରାକୁ ମିଳିଲାନି ଅନୁମତି । ଆଜି ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି କରି ମହରମ ଶେଭାଯାତ୍ରା ଆୟୋଜନକୁ ଅନୁମତି ଦେବାକୁ ମନା କରିଦେଇଛନ୍ତି । ମହରମ ଶୋଭାଯାତ୍ରା ପାଇଁ ଶିୟା ଧର୍ମଗୁରୁ ମୌଲାନା ସୟଦ କଲବେ ଦେଶରେ ମହରମ ଶୋଭାଯାତ୍ରା କରିବା ପାଇଁ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ । ସୁପ୍ରିମ ଜନସ୍ୱାର୍ଥ ମାମଲାର ଶୁଣାଣି କରି ଆବେଦନକୁ ଖାରଜ କରିଛନ୍ତି । ମୁଖ୍ୟ ବିଚାର ପତି ଏସଏ ବୋବଡେଙ୍କ ଖଣ୍ଡପୀଠ କହିଛନ୍ତି ଯେ , ଆମେ ଶୋଭାଯାତ୍ରା କରିବାକୁ ଅନୁମତି ଦବୁ ତେବେ କରୋନା ସଂକ୍ରମଣ ବୃଦ୍ଧି ହେବାର ଆଶଙ୍କା ରହିଛି । ତେବେ ପୁରୀ ରଥଯାତ୍ରାକୁ ନେଇ ସୁପ୍ରିମକୋର୍ଟରେ ଦଲିଲ କରିଥିଲେ ଶିୟା ଧର୍ମଗୁରୁ ମୌଲାନା କଲବେ ଜୱାଦ । କୋର୍ଟ କହିଛନ୍ତି ଆପଣ ପୂରା ଦେଶରେ ମହାରମ ଶୋଭାଯାତ୍ରା କରିବାକୁ ଅନୁମତି ମାଗୁଛନ୍ତି । କିନ୍ତୁ ପୁରୀ ରଥଯାତ୍ରା ସୀମିତ ସ୍ଥାନ ମଧ୍ୟରେ ଆୟୋଜିତ ହୋଇଥିଲା ।