ମୁମ୍ବାଇ: କରୋନା ମହାମାରୀ ବେଳେ ରୋଗୀଙ୍କ ଚିକିତ୍ସା ପାଇଁ ଡାକ୍ତରଙ୍କ ଆବଶ୍ୟକତା ବଢ଼ିଯାଇଥିବା ବେଳେ ଦେଶର ସର୍ବାଧିକ ପ୍ରଭାବିତ ରାଜ୍ୟ ମହାରାଷ୍ଟ୍ର ନେବା ପାଇଁ ମହାରାଷ୍ଟ୍ର ସରକାର ପତା ମିଳୁନାହିଁ । ନିଖୋଜ ମେଡିକାଲ ଅଫିସରମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ମହାରାଷ୍ଟ୍ର ସରକାର ଚିନ୍ତା କରୁଛନ୍ତି । ରାଜ୍ୟର ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏ ନେଇ ମହାରାଷ୍ଟ୍ର ମେଡିକାଲ କାଉନସିଲକୁ ସୁପାରିସ ବିଷୟରେ ଯୋଜନା ପ୍ରସ୍ତୁତ କରାଯାଇଛି । ଉକ୍ତ ସୁପାରିସରେ ନିଖୋଜ ମେଡିକାଲ ଅଫିସରମାନଙ୍କ ପଞ୍ଜୀକରଣ ବାତିଲ କରିବା ପାଇଁ କୁହାଯିବ । ଏଥିସହିତ ସେମାନଙ୍କ ବିରୋଧରେ ବିପର୍ଯ୍ୟୟ ପରିଚାଳନା ଆଇନ, ମହାମାରୀ ରୋଗ ଆଇନ ଓ ମହାରାଷ୍ଟ୍ର ଲୋକ ସେବା ନିୟମ ଲାଗୁହେବ । ଏଥିସିହତ ରାଜ୍ୟ ଜନସ୍ୱାସ୍ଥ୍ୟ ବିଭାଗର ଯୁଗ୍ମ ସଚିବ ଏକ ସର୍ବସାଧାରଣ ବିଜ୍ଞପ୍ତି ମଧ୍ୟ ଜାରି କରିଛନ୍ତି । ଉକ୍ତ ବିଜ୍ଞପ୍ତିରେ ନିଖୋଜ ମେଡିକାଲ ଅଫିସରମାନଙ୍କୁ ସେମାନଙ୍କ ଉପ ନିର୍ଦେଶକଙ୍କ ନିକଟରେ ୧୫ ଦିନ ମଧ୍ୟରେ ରିପୋର୍ଟ କରିବାକୁ କୁହାଯାଇଛି । ଏଥିରେ ବିଫଳ ହେଲେ ସେମାନଙ୍କ ଉପ ନିର୍ଦେଶକଙ୍କ ନିକଟରେ ୧୫ ଦିନ ମଧ୍ୟରେ ରିପୋର୍ଟ କରିବାକୁ କୁହାଯାଇଛି । ଏଥିରେ ବିଫଳ ହେଲେ ସେମାନଙ୍କ ବିରୋଧରେ ବିପର୍ଯ୍ୟୟ ପରିଚଲନା ଆଇନ, ମହାମାରୀ ରୋଗ ଆଇନ ଏବଂ ଅନ୍ୟ ଆଇନ ଅଧୀନରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ବିଭିନ୍ନ ଆଇନ ଅଧୀନରେ ଯଦିଓ ସେମାନଙ୍କୁ ନୋଟିସ କରାଯାଇଛି ତଥାପି ସେମାନଙ୍କ ପଞ୍ଜୀକରଣ ରଦ୍ଧ କରିବା ପାଇଁ ବିଭାଗ ପକ୍ଷରୁ ମହାରାଷ୍ଟ୍ର ମେଡିକାଲ କାଉନସିଲକୁ କୁହାଯିବ ବୋଲି ସ୍ୱାସ୍ଥ୍ୟ ସେବା ନିର୍ଦେଶାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ମହାମାରୀ କାରଣରୁ ରାଜ୍ୟ ଜଟିଳ କରିସ୍ଥିତି ଦେଇ ଗତି କରୁଛି । ଏହି ସମୟରେ ସରକାରଙ୍କ ମେଡିକାଲ ଅଫିସରମାନେ ଦୀର୍ଘଦିନ ହେଲା କାର୍ଯ୍ୟ ନକରି କୁଆଡେ ପଳାଇଥିବା ରାଜ୍ୟ ସରକାର ଜିଲ୍ଳାପାଳମାନଙ୍କୁ ପଦକ୍ଷେପ ନେବା ପାଇଁ କହିବେ । ସେମାନେ ଯେଭଳି ଚିକିତ୍ସାରେ ଯୋଗଦେବେ ତାହାକୁ ନିଶ୍ଚିତ କରାଯିବ । ବିପର୍ଯ୍ୟୟ ପରିଚାଳନା ଆଇନ ଅଧୀନରେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟନୁଷ୍ଠାନ ନିଆଯାଇ ଡିୟୁଟିମକୁ ଅଣାଯିବ ବୋଲି ଅଧିକାରୀ ଜଣକ କହିଛନ୍ତି । ଉଲ୍ଲେଖଯୋଗ୍ୟ, ମହାରାଷ୍ଟ୍ରରେ ମୋଟ ୯୫୦୦ ମଞ୍ଜୁରିପ୍ରାପ୍ତ ମେଡିକାଲ ଅଫିସର ପଦବି ରହିଛି । ଏଥିରୁ ୧୪୦୦ ପଦବି ଖାଲି ପଡ଼ିଥିବା ବେଳେ ୬୦୦ ଡାକ୍ତର ନିଖୋଜ ଅଛନ୍ତି ।