ନୂଆଦିଲ୍ଲୀ:ଆସନ୍ତା ମାର୍ଚମାସ ସୁଧା ଦେଶରେ କରୋନା ଟିକା ‘କୋଭିସିଲଡ’ ଉପଲବ୍ଧ ହେବ ବୋଲି ସେରମ ଇନଷ୍ଟିଚ୍ୟୁତ ଅଫ୍ ଇଣ୍ଡିଆ (ଏସଆଇଆଇ)ର କାର୍ଯ୍ୟନିର୍ବାହୀ ନିର୍ଦେଶକ ଡଃ. ଶୁରେଷ ଯାଦବ କହିଛନ୍ତି । ଆଇସିସିଆଇଡିଡି ସହଯୋଗରେ ଏଚଇଏଏଲ ଦ୍ୱାରା ଆୟୋଜିତ ଇଣ୍ଡିଆ ଭ୍ୟାସିନ୍ ଆସେସ୍ବିଲିଟ୍ ଇ-ସମିତିରେ ଉଦ୍ବୋଧନ ଦେବା ଅବସରରେ ଡଃ ଯାଦବ ଏହା କହିଛନ୍ତି । କରୋନା ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ସମ୍ପର୍ଣ୍ଣ ହୋଇଛି । ଲାଇସେନ୍ସିଂ କ୍ଲିୟରାନ୍ସ ପରେ ଏହା ମାର୍ଚ ସୁଧା ବଜାରରେ ଉପଲବ୍ଧ ହେବ । ସେ ଆହୁରି କହିଛନ୍ତି ଆସନ୍ତା ଡିସେମ୍ବର ସୁଦ୍ଧା ଏହି କରୋନା ଟିକା ପ୍ରସ୍ତୁତି ହୋଇଯିବ । ଡିସେମ୍ବର ସୁଦ୍ଧା ଭାରତକୁ ୬୦ରୁ ୭୦କୋଟି ଡୋଜ୍ ଟିକା ମିଳିବ । ଏବଂ ୨୦୨୧ ମାର୍ଚ୍ଚ ସୁଦ୍ଧା ବଜାରରେ ଏହା ଉପଲବ୍ଧ ହେବ ବୋଲି ସେ କହିଛନ୍ତି । ସୂଚନାଯୋଗ୍ୟ ଯେ, ନିର୍ବାଚନ ଆୟୋଜନ କରିବା ଭଳି କରୋନା ଟିକା ବିତରଣ ବ୍ୟବସ୍ଥା ହେବ ଦରକାର ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଗତକାଲି ନିର୍ଦେଶ ଦେଇଥିଲେ । ଦୀର୍ଘ ୩ସପ୍ତାହ ଧରି ଦେଶରେ କରୋନା ସଂକ୍ରମଣ ହାର ହ୍ରାସ ପାଇବାରେଲାଗିଛି । ସେହିପରି ମୃତ୍ୟୁ ସଂଖ୍ୟା ମଧ୍ୟ କମିବାରେ ଲାଗିଛି । ଏହା ଏକ ଭଲ ସଙ୍କେତ ବୋଳି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି । ଆଜି ମୋଦିଙ୍କ ଅଧ୍ୟକ୍ଷତାରେ ଦେଶର କରୋନା ସ୍ଥିତି ଓ ଟିକା ଉତ୍ପାଦନ , ବିତରଣ ଏବଂ କରୋନା ଟିକା କେଉଁ ପର୍ଯ୍ୟାୟରେ ରହିଛି, ତା’ର ଆଲୋଚନା ପାଇଁ ବୈଠକ ବସିଥିଲା ।ଏହି ବୈଠକରେ ମୋଦି ଲୋକଙ୍କ ପାଖରେ ଯଥା ଶୀଘ୍ର କରୋନା ଟିକା ପହଞ୍ଚାଇବା ଉପରେ ଗୁରୁତ୍ୱ ଦେଇଛନ୍ତି । ମୋଦି ପ୍ରସ୍ତାବ ଦେଇଛନ୍ତି ଯେ ନିର୍ବାଚନ ଆୟୋଜନ କରିବା ଭଳି କରୋନା ଟିକା ବିତରଣ ପାଇଁ ସିଷ୍ଟମ ଆସିବା ଦରକାର । ସମସ୍ତ ରାଜ୍ୟର ସରକାର ଓ ସ୍ୱଂୟସହାୟକ ଗୋଷ୍ଠିକୁ ଏଥିରେ ସାମିଲ କରାଯିବା ଉଚିତ୍ । ଭାରତରେ ୩ଟି ଟିକା ଏବେ ବିଭିନ୍ନ ପର୍ଯ୍ୟାୟରେ ରହିଛି । ଏହା ମଧ୍ୟରେ ଗୋଟିଏ ଫେଜ୍-୨ରେ ଥିବା ବେଳେ ଆଉ ଗୋଟିଏ ଟିକାର ୩ୟ ପର୍ଯ୍ୟାୟ ଟ୍ରାଏଲ କରାଯାଉଛି । ଭାରତୀୟ ବୈଜ୍ଞାନିକ ଓ ଗବେଷକମାନେ ମିଳିତ ଭାବେ ଏହା ଉପରେ କାମ କରୁଛନ୍ତି । ଆଫଗାନିସ୍ତାନ, ଭୁଟାନ, ବାଂଲାଦେଶ, ମାଳଦ୍ୱୀପ, ମରିସସ୍, ନେପାଳ ଓ ଶ୍ରୀଲଙ୍କାରେ ମଧ୍ୟ ଗବେଷଣା ବ୍ୟବସ୍ଥାକୁ ସୁଦୃଡ କରାଯାଉଛି । ବାଂଲାଦେଶ, ମିଆଁମାର, ଭୁଟାନ ଓ କତାର ପକ୍ଷରୁ ମଧ୍ୟ ଭାରତର କରୋନା ଟିକାର କ୍ଲିନକାଲ ଟ୍ରାଏଲ ସେମାନଙ୍କ ଦେଶରେ କରିବାକୁ ଅନୁରୋଧ କରାଯାଇଛି । ମୋଦି ବୈଠକରେ କେବଳ ପଡୋଣୀ ରାଷ୍ଟ୍ର ନୁହେଁ ସମଗ୍ର ବିଶ୍ୱ ପାଇଁ ଭାରତ କରୋନା ଟିକା, ମେଡିସିନ ଓ ଟିକା ବିତରଣ ପାଇଁ ଆଇଟି ପ୍ଲାଟଫର୍ମ ପ୍ରସ୍ତୁତ ଉପରେ ଗୁୁରୁତ୍ୱ ଦେବାକୁ କହିଛନ୍ତି ।