ଚଣ୍ଡିଗଡ: ଭାରତୀୟ ଦୌଡ ଜଗତର କିମ୍ବଦନ୍ତୀ ମିଲ୍ଖା ସିଂ କରୋନା ସଂକ୍ରମିତ ହୋଇ ଏବେ ଏକାନ୍ତ ବାସରେ ଚିକିତ୍ସତ ହୋଇଛନ୍ତି । ବୋଲି ତାଙ୍କ ପରିବାର ସୁତ୍ରରୁ ପ୍ରକାଶ ୧୯୫୮ ଓ ୧୯୬୨ ଏସୀୟ କିଡ୍ରାରେ ସ୍ୱର୍ଣ୍ଣ ପଦକ ଜିତିଥିବା ମିଲ୍ଖା ଏବେ ୯୧ ବର୍ଷ ବୟସରେ ଉପନିତ । ତାଙ୍କ କହିବା ଅନୁଯାୟୀ ବୁଧବାର ସେ କରୋନା ପରୀକ୍ଷା କରିବା ପରେ ସଂକ୍ରମିତ ଥିବା ଜଣାପଡିଥିଲା । କିନ୍ତୁ ଏବେସେ ସମ୍ପୂର୍ଣ୍ଣ ଫିଟ୍ ଅଛନ୍ତି ଓ ବୁଧବାର ତାଙ୍କୁ ହୋଇଥିବା ସାମନ୍ୟ ଜ୍ୱର ମଧ୍ୟ ଭଳ ହୋଇଯାଇଛି । ଅଳ୍ପ କିଛି ଦିନ ମଧ୍ୟରେ ସେ ସୁସ୍ଥ ହେବେ ବୋଲି ଆଶା କରାଯାଉଛି ।